ପୃଥକ୍ ଦୁର୍ଘଟଣା ଘଟି ଦୁଇ ଆହତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନମ୍ଵର ଜାତୀୟ ରାଜପଥରେ ଆଜି ପୃଥକ୍ ପୃଥକ୍ ଦୁର୍ଘଟଣା ଘଟିବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ମିଳିଥିଵା ସୂଚନା ଅନୁଯାୟୀ ଯାଜପୁର ସାନଶୁଆର ଗ୍ରାମର ସୌମ୍ୟରଂଜନ ନାୟକ(୫୦) ଓଡି ୨୨ବି ୯୮୩୭ ମୋଟରସାଇକେଲ ଯୋଗେ ଭଦ୍ରକ ରୁ ନିଜ ଘରକୁ ଫେରୁଥିଲେ।ଦିନ ପ୍ରାୟ ୩ଟା ବେଳେ ଏପି ୦୫ଟିବି ୧୩୫୯ଟ୍ରକଟି ଗୋଖାଦ୍ୟ ନେଇ କଲିକତା ଅଭିମୁଖେ ଯାଉଥିବା ବେଳେ ମୋଟରସାଇକେଲ କୁ ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲ ଆରୋହୀ ସୌମ୍ୟ ଏଥିରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପଠାଯାଇଛି। ଗୁରୁତର ଆହତ ଙ୍କ ବାମ ଗୋଡ଼ରେ ଟ୍ରକ୍ ଚଢ଼ିଯାଇ ଥିବା ସୂଚନା ମିଳିଛି। ପୋଲିସ ଟ୍ରକ ଓ ଚାଳକକୁ ଅଟକ ରଖିଥିବା ଜଣାପଡିଛି। ସେହିଭଳି ସ୍ଥାନୀୟ ଦକ୍ଷିଣ ବାଡ଼ ଗ୍ରାମର କିଶୋର ସେନାପତି (୫୨) ଧାମନଗର ଛକ ପଟୁ ଘରକୁ ଫେରୁଥିବା ବେଳେ ତାଙ୍କୁ ମଧ୍ୟ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି। ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ