ଖଲ୍ଲିକୋଟ ବ୍ଲକରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଖଲ୍ଲିକୋଟ, (ସିଲୁ ବିଶ୍ଵାଳ): ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତ କୁଲାଙ୍ଗ ଆଜି ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ ।ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଚାଲିଥିବା କାମ ସମ୍ପର୍କରେ ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନାଙ୍କୁ ପଚାରି ବୁଝିଥିଲେ । ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କେଉଁ ପଞ୍ଚାୟତରେ କେଉଁ କେଉଁ କାମ ହେଉଛି ଏବଂ ସେଥିରେ ମୁଖ୍ୟତଃ ପ୍ରବାସୀମାନଙ୍କୁ କାମ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ ଜିଲ୍ଲାପାଳ ।ଖଲ୍ଲିକୋଟ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କୁ ପଚାରି ବୁଝିଥିଲେ । ଏନଏସିରେ କରନା ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ କିପରି ଚାଲିଛି ସେ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କୁ ପଚାରି ବୁଝିଥିଲେ ।ଏହାସହ ବର୍ତ୍ତମାନ କରନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବାରୁ ଗ୍ରାମାଞ୍ଚଳ ଲୋକମାନେ ସହରାଞ୍ଚଳକୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଆସନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଉପଜିଲ୍ଲାପାଳ, ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା, ତହସିଲଦାର ଚକ୍ରଧର ପାଢ଼ୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର, ମେଡିକାଲ ଅଫିସର ପ୍ରଦୀପ କୁମାର ଗନ୍ତାୟତ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ