କରୋନାକୁ ବଳିଗଲାଣି ଦର ବୃଦ୍ଧି ଚିନ୍ତା
ହିଞ୍ଜିଳିକାଟୁ, (ୱାଇଏନଏସ) : ସାରା ବିଶ୍ୱରେ ମହାମରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯିବା ସହ ଜନସଚେତନତା ସୃଷ୍ଟି କରାଯାଉଛି । ଏହାକୁ ପ୍ରତିହିତ କରରିବା ଲାଗି ଦେଶରେ ଲକଡ଼ାଉନ, ସଟଡ଼ାଉନ, ୧୪୪, ଜନତାକର୍ଫ୍ୟୁ, ଅନଲକ-୧ କାର୍ଯ୍ୟକାରୀ କରାଯାଇଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ମଧ୍ୟ ଜାରୀ କରାଯାଇଛି । ଗତ ୩ ମାସରୁ ଅଧିକ ଦିନ ଧରି ଲକଡ଼ାଉନ ଜରୀ କରାଯାଇଥିବାରୁ କରୋନା କଟକଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରୋଜଗାର ହରାଇ ଘରେ ହାତବାନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟା ଦେଖାଦେଇଛି । ଆଉ ଏଭଳି ପରିସ୍ଥିତିରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସେମାନଙ୍କ ପେଟକୁ ଶକ୍ତ ଲାତ ଦେଇଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ବଜାର ଉପରେ ସ୍ଥାନୀୟ ସହର ସମେତ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର କ୍ଷୁଦ୍ର ବ୍ୟବସାୟୀ ନିର୍ଭର କରିଥାନ୍ତି । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ବ୍ୟବସାୟୀ ମନେ ମନଇଛା ଦର କଷୁଛନ୍ତି । ପ୍ରତ୍ୟେକ ପରିବାର ଦର ୪୦ ଟଙ୍କାରୁ ଅଧିକ ରହିଛି । ଏପରିକି ତେଲ, ଚିନି, ସୁଜି, ଅଟା, ବେସନ ପରି ରାସନ ସମାଗ୍ରୀର ମୁଲ୍ୟ ମଧ୍ୟ ଚଢା ଦରରେ ବିକ୍ରି କରୁଛନ୍ତି । ଗୋଟିଏ ପଟେ ଲକଡ଼ାଉନ ଯୋଗଁୁଁ କୌଣସି କାମଧନ୍ଦା ନପାଇ ଘରେ ହାତ ବାନ୍ଧି ବସିଥିବା ବେଳେ , ଲୋକଙ୍କ ପାଖରେ ପରିବାର ପ୍ରତିପୋଷଣ ସକାଶେ ଅର୍ଥର ଅଭାବ ରହିଛି । ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସେମାନଙ୍କ ଚିନ୍ତା ବଢାଇ ଦେଇଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି ।


