ଖାଉଟିମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା କେନ୍ଦ୍ରାପଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡାକୁ ଯୋଜନା ବୋର୍ଡ ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ବୁଧବାର ତାଙ୍କୁ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଦିପ କୁମାର ଦାଶ ସର୍କିଟହାଉସରେ ଭେଟି କେନ୍ଦ୍ରାପଡା ଜିଲ୍ଲାର ଯେଉଁ ଦାରିଦ୍ର‌୍ୟସୀମାରେଖା ତଳେ ଥିବା ଗରୀବ ଲୋକମାନଙ୍କର ରାସନକାର୍ଡ ନାହିଁ ସେମାନଙ୍କୁ ରାସନକାର୍ଡ ଯୋଗାଇଦେବାକୁ ଅନୁରୋଧ କରିଥିଲେ । କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେହି ଯୋଗ୍ୟ ହିତାଧିକାରୀମାନଙ୍କ ପାଖରେ ରାସନକାର୍ଡ ନଥିବାରୁ ସେହି ଲୋକମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ତେଣୁ ଏହି ଗରୀବଲୋକମାନଙ୍କର ସର୍ଭେ କରାଯାଇ ତୁରନ୍ତ ସେମାନଙ୍କୁ ରାସନକାର୍ଡ ଯୋଗାଇ ଦେବାକୁ ଶ୍ରୀ ଦାଶ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ମନ୍ତ୍ରୀ ଏସମ୍ପର୍କରେ ତଦନ୍ତ କରି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବେଷାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ନିର୍ଦେଶ ଦେଇଥିଲେ । ପାର୍ଟିର ସଭାପତି ଶ୍ରୀ ଦାଶଙ୍କ ନେତୃତ୍ୱରେ ଆଇନଜୀବୀ ନିଳମାଧବ ସାମଲ, ରାଜେନ୍ଦ୍ର କୁମାର ସ୍ୱାଇଁ, ଜ୍ଞାନରଞ୍ଜନ ଦାଶ, ଇଶ୍ୱର ମଲ୍ଲିକ, ସୁବାଷ ଚନ୍ଦ୍ର ରାଉତ, ସନାତନ ମଲ୍ଲିକ, ନାରାୟଣ ଚନ୍ଦ୍ର ରାଉତ ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ