ଖୁସି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହାୟତା
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଖୁସି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଭାଇ ଭଉଣୀ ଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଥୁଆମୂଳ ରାମପୁର ବ୍ଲକ ମେଳକୁଣ୍ଡେଲ ଗାଁ ର ପିଣ୍ଡାପଦର ପଡା ର ରହୁଥିଲେ ହଳଧର ନାଏକ ଙ୍କ ପରିବାର l ହଠାତ ଦୁହିଁଙ୍କ ଦେହାନ୍ତ ପରେ ବେସାହାରା ହୋଇଗଲେ ଚାରି ଭାଇଭଉଣୀ l ଆ’ ପଦେ କହିବାକୁ କେହି ନାହାନ୍ତି ପଢିବା ପାଇଁ ସମ୍ବଳ ମଧ୍ୟ ନାହିଁ l ଅନ୍ୟ ଘରେ ମୁଲ ଲାଗି ଚଳୁଛନ୍ତି l ଏହି ସମୟରେ ଖୁସି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି l ସେମାନେ ଆଗକୁ କିପରି ପଢିବେ ସେଥିପାଇଁ ମଧ୍ୟ ତାଙ୍କ ସହ ଆଲୋଚନା କରିଥିଲେ |


