ଖେଲୋ ଇଣ୍ଡିଆ ପାଇଁ କୋଦଳା ଅଞ୍ଚଳରୁ ୧୦ ପ୍ରତିଯୋଗୀ
କୋଦଳା, (ଗୁଲସନ କୁମାର କର):ଦେଶର ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ଉଦଜୀବିତ କରିବା ତଥା ଦେଶରେ ସବୁ ପ୍ରକାର କ୍ରୀଡ଼ାର ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭାରତ ସରକାର ଏହି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଓଡିଶା ସରକାରଙ୍କ ସହଯୋଗରେ ଏହା ଚାଲିଛି। ଏହି କ୍ରମରେ ଆସନ୍ତା ୧୮ ରୁ ୨୧ ନଭେମ୍ବରରେ ଜମ୍ମୁ-କଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ଓଡିଶା ଟିମ୍ ରୁ ଗଞ୍ଜାମ ଜିଲ୍ଲାରୁ ୧୦ ପ୍ରତିଯୋଗୀ ସ୍ଥାନ ପାଇଛନ୍ତି। ଗଂଜାମ ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ଉଦ୍ଯମ ରେ କୋଦଳା ଅଞ୍ଚଳରେ ୧୦ ଛାତ୍ରଛାତ୍ରୀ ଆସନ୍ତା ୧୫ ତାରିଖରେ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ। ଏହି ପ୍ରତିଯୋଗି ମାନଙ୍କୁ ଗାଇଡ୍ କରିବା ସହ କୋଚ୍ ଦାୟିତ୍ବରେ ଥିବା ହେମନ୍ତ କୁମାର ମହାରଣା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଶୁତୋଷ ପଣ୍ଡା, ରାଜେଶ କୁମାର ବେହେରା, ଲିପୁ ସାହୁ, ପ୍ରେମ ଚନ୍ଦନ ନାୟକ, ସୁବ୍ରତ ସ୍ବାଇଁ, ହେମନ୍ତ ଜାନୀ, ପୂଜା ରାଣୀ ସ୍ବାଇଁ, ପୂଜା ସେଠୀ, ସରିତା ପାଳ, ଆଶାରାଣୀ ଲେଙ୍କା ପ୍ରମୁଖ ୧୦ ପ୍ରତିଯୋଗୀ ଏଥିପାଇଁ ପ୍ରସ୍ତୁତି କରୁଥିବା ବେଳେ ବେଶ୍ ଉସ୍ଛାହିତ ଥିବା କହିଛନ୍ତି।


