ଗଂଜାମ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରଶଂସା

ଛତ୍ରପୁର, (ଓ୍ୱାଇଏନ୍‌ଏସ୍‌): ଗୋଟାଏ ପଟେ ଗଂଜାମ ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କ ପ୍ରବେଶ ଜିଲ୍ଲା ପ୍ରଶାସନ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖି ସେମାନଙ୍କ ଚିକିତ୍ସା କରାଇବା ଓ ସେମାନଙ୍କର ଯତ୍ନ ନେବା ଜିଲ୍ଲା ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବଢି ଯାଇଛି । ସେସବୁର ଟିକିନିଖି ମନିଟରିଂ କରୁଛନ୍ତି ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏସବୁ ଭିତରେ ବାତ୍ୟା ଅମ୍ପାନ୍ ଗଂଜାମ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଥିଲା । ତେବେ ଜିଲ୍ଲା ପ୍ରତି ବିପଦ ଟଳି ଯାଇଛି । ସ୍ଥିତି ସ୍ଥିର ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟୁଇଟ୍ ଯୋଗେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସ୍ଥିତିରେ ସୁଧାର ଆସିଥିବାରୁ ଧନ୍ୟବାଦ ଜଣାଇବା ସହ ବିଗତ ୬୦ ଦିନ ଧରି ଦିନ ରାତି ଉତ୍ସର୍ଗୀକୃତ ଭାବେ କାମ କରି ଆସୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ