ଗଜପତିରେ ବସୁଧା ଯୋଜନା ଫେଲ ମାରିଛି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବସୁଧା ଯୋଜନା ସମ୍ପୂର୍ଣ ରୂପେ ଫେଲ ମାରିଛି. ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ଅସ୍ତବ୍ୟସ୍ତ ହେଉଥିବାବେଳେ ପିଇବା ପାଣିର ଘୋର ଅଭାବ ଯୋଗୁଁ ଲୋକେ ଡହଳବିକଳ ହୋଇପଡିଛନ୍ତି. ବାରମ୍ବାର ନିବେଦନ ପରେ ସୁଦ୍ଧା ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନ ନେବା ପ୍ରତିବାଦରେ ଲୋକେ ରାସ୍ତା ଅବରୋଧ କରିଛନ୍ତି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଛେଳିଗଡ଼ ଖ୍ରୀଷ୍ଟିୟାନ ସାହି ବାସିନ୍ଦା ରାସ୍ତାରୋକ କରିଛନ୍ତି। ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ୩୨୬ (ଏ) ଜାତୀୟ ରାଜପଥରେ ସେମାନେ ହାଣ୍ଡିମାଠିଆ ରଖି ରାସ୍ତା ଅବରୋଧ କରିଥିଲେ । ଛେଳିଗଡ଼ ପଞ୍ଚାୟତ ସଦର ମହକୁମାର ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ପ୍ରତିଦିନ ୨ ଲକ୍ଷ ଲିଟର ପାଣି ଯୋଗାଣ ହେଉଛି। ତେବେ, କିଛି ଖଳ ପ୍ରକୃତିର ଲୋକ ଏହି ପାଣିକୁ ନିଜ ଇଚ୍ଛା ମୁତାବକ ବ୍ୟବହାର କରୁଥିବାରୁ ଅଶାନ୍ତି ସୃଷ୍ଟି ହେଉଛି। ଏହାର ପ୍ରତିବାଦ ଓ ରାସ୍ତାରୋକ ପରେ ପ୍ରଶାସନ ପହଞ୍ଚି ଜନ ସାଧାରଣଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା।