ଗୋଷାଣୀ ବ୍ଲକରେ ନୂତନ ବିଜୁ ଯୁବ ସଭାପତି ଚୟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ନୂତନ ବିଜୁ ଯୁବ ସବାପତି ପାଇଲା ନାଗେଶ୍ୱରଙ୍କୁ ଦାୟିତ୍ୱ ଦିଆଯାଇଛି । ନବନିଯୁକ୍ତ ଯୁବ ସଭାପତି କହିଛନ୍ତି ଯେ ଗୋଷାଣୀ ବ୍ଲକରେ ସମସ୍ତ ଯୁବକ ମାନଙ୍କୁ ନେଇ ଗୋଟିଏ ବିଜୁ ଯୁବ ସଂଗଠନ କରିବି । ଆଗକୁ ପଞ୍ଚାୟତ ଭୋଟ ରହିଥିବା ଯୋଗୁଁ ପ୍ରତ୍ୟେକ ପଞ୍ଚାୟତରେ ଯୁବକ ମାନଙ୍କୁ ନେଇ ସଂଗଠନର ଦାୟିତ୍ୱ ନେଇ ଗୋଷାଣୀ ବ୍ଲକରେ ସଂଗଠନ ଜାରି ରଖି ମଜବୁତ କରିବା, ସଭାପତି ଚୟନ ସମୟରେ ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ପ୍ରତିନିଧି ବି.ଧନଞ୍ଜୟଲୁ, ଗଜପତି ବିଜେଡି ସବାପତି ପ୍ରଦୀପ ନାୟକ, ବିଜେଡି ବ୍ଲକ ସବାପତି ଇଶ୍ୱର ରାଓ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍. ଲିଙ୍ଗ ରାଜୁ, ଅଗରଖଣ୍ଡି ସରପଞ୍ଚ ଶିଶିର ପ୍ରଧାନ, ବୋମିକା ସଭାପତି ସଭ୍ୟ ଲାଚ୍ଛା ରେଡ୍ଡି, ପୂର୍ବତନ ଜିଲ୍ଲା ପରହିଷଦ ୱାଇ. ରାମ ଚନ୍ଦ୍ର ରାଓ, ଉମା ରେଡ୍ଡି, ରାଜେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତଥିଲେ ।


