ଗଜପତିରେ ରୌଦ୍ରତାପ ମୁକାବିଲା ନେଇ ବୈଠକ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଉତ୍ତାପ ବୃଦ୍ଧିପାଇଛି । ଏହାକୁ ଦୃଷ୍ଟିରେ ରଖି ରୌଦ୍ରତାପର ମୁକାବିଲା ସହ ସାଧାରଣଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଏଡିଏମ ଜ୍ଞାନରଞନ ଭଞଦେଓ,ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବହୁ ପଦାଧିକାରୀ ଏଥିରେ ଯୋଗ ଦେଇ ରୌଦ୍ରତାପର ମୁକାବିଲା ପାଇଁ ବିସ୍ତ୍ରୁତ ଆଲୋଚନା କରିଥିଲେ । ଜିଲ୍ଲାସାରା ଜଳଛତ୍ର ବ୍ୟବସ୍ଥା ସକାଳ ସ୍କୁଲ,କଲେଜ ଓ ସମସ୍ତ କାର୍ଯ୍ୟାଳୟ ଚାଲୁ ରଖିବା ବ୍ୟବସ୍ଥା,ବସ୍ ଗୁଡିକରେ ଯାତ୍ରୀଙ୍କ ସୁବିଧା ପାଇଁ ଓଆରଏସ୍ ପ୍ୟାକେଟ ରଖିବା, ଡାକ୍ତରଖାନାରେ ଅଂଶୁଘାତ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା ଆଦି ବହୁ ଗୁରୁତ୍ୱ ପୁର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ