ଗଜପତିର ୪ ପଞ୍ଚାୟତରେ ସାଂସଦଙ୍କ ଦ୍ବାରା ପ୍ରକଳ୍ପ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ୪ ଗୋଟି ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭୂମି ପୂଜା କରିଛନ୍ତି। ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁରରେ କଲ୍ୟାଣ ମଣ୍ଡପ, ବଜାର ଗୃହ, କେରାଣ୍ଡି ପଞ୍ଚାୟତରେ ବଜାର ଗୃହ, ମିଶନ ଶକ୍ତି ଗୃହ, ପିଇଓ କ୍ୱାଟର, ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଉନ୍ନତୀକରଣ, କଇଁପୁର ପଞ୍ଚାୟତର ଫେସିଲିଟି ସେଣ୍ଟର, ଡମ୍ବାଳ ପଞ୍ଚାୟତ ବିଜୁ କଲ୍ୟାଣ ମଣ୍ଡପ, ଅତିରିକ୍ତ ଶ୍ରେଣୀ ଗୃହର ଉନ୍ନତୀକରଣ ଆଦି ଭିତିଭୂମିର ଉଦ୍ଘାଟନ କରିଛନ୍ତି। ଗଙ୍ଗାବାଡ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶାର ୨ଟି ପ୍ରକଳ୍ପର ଭୂମି ପୂଜା କରିଥିଲେ। ଅନ୍ୟତମ ଅତିଥିଭାବେ ରାୟଗଡ଼ ବ୍ଲକ୍ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ଯକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସୁଧୀର କୁମାର ସିଂ, ଟିଡିସିସି ଡାଇରେକ୍ଟର ଅନ୍ତର୍ଯ୍ୟାମୀ ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ୍ନ ପରିଷଦ ଉପାଧ୍ଯକ୍ଷ ଧନେଶ୍ଵର ଭୂୟାଁ ଉପସ୍ଥିତ ଥିଲେ।


