ଗଜପତି ଜିଲ୍ଲା ବିଜେଡିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ ଓ କ୍ରୀୟାଶୀଳ କରିବା ପାଇଁ ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏବେ ବିଜୁ ଯୁବ ଜନତା ଦଳର ସଭାପତି ଡ. ବ୍ୟୋମକେଶ ରାୟଙ୍କ ଦ୍ୱାରା ଏହି ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘଷୋଣା କରାଯାଇଛି । ଦଳୀୟ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଥିବାର ଜଣାପଡିଛି । ତେବେ ଏହି ନୂତନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ସଭାପତି ସମେତ ୫ ଜଣ ଜିଲ୍ଲା ଉପସଭାପତି, ୫ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୨୦ଜଣ ସମ୍ପାଦକ, ଜଣେ ଆଇଟି କୋଡିନେଟର୍ ଏବଂ ବ୍ଲକ୍ ସଭାପତି ନିଯୁକ୍ତି ପାଇଛନ୍ତି । ଏହି ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ବୃଦ୍ଧି ପାଇବ ଅନେକ ବିଜେଡି ଦଳର ନେତା ତଥା କର୍ମୀ ମାନେ ଆଶା କରିଛନ୍ତି । ନୂତନ ଭାବେ ଚୟନ ହୋଇଥିବା ଏହି କର୍ମକର୍ତ୍ତାମାନେ ଏକ ପଟୁଆରରେ ବାହାରି ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଏହି ଚୟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସମ୍ପାଦକ ଦେବୀ ପ୍ରସାଦ ଦାସ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ବିଜେଡିର ଯୁବ ସଭାପତି ଏସ୍‌.ଲିଙ୍ଗରାଜ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା, ନଗର ବିଜେଡି ସଭାପତି ସତ୍ୟନାରାୟଣ ରାଜଗୁରୁ, ଯୁବନେତା ଲେଙ୍କା ସିମାଦ୍ରୀ, ନୀର ଭୂୟାଁ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ