ଗଜପତି ପ୍ରଶାସନ ବିବାହ ପ୍ରୋତ୍ସାହନ ରାଶି ଦେଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ମାଧ୍ୟମରେ ବିବାହ ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରିଥିବା ୧୮ ବର୍ଷରୁ ଉର୍ଦ୍ଧ ଝିଅମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଲକ୍ଷ୍ମୀ ପାଇକ ନାମକ ଏକ କନ୍ୟା ଯାହାଙ୍କର ପିତାଙ୍କ ମୃତ୍ୟୁ ପରେ ତାଙ୍କ ମା ଓ ଗ୍ରାମର ଲୋକେ ମିଶି ଲକ୍ଷ୍ମୀ ପାଇକଙ୍କୁ ୧୬ ବର୍ଷ ହୋଇଥିବା ବେଳେ ବିବାହ କରାଇଦେବା ପାଇଁ ଆୟୋଜନ କରିଥିଲେ । ଏ ବିଷୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଉକ୍ତ ଶିଶୁ କନ୍ୟା ଲକ୍ଷ୍ମୀ ପାଇକଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡିର ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ‘ନବଜୀବନରେ’ ଥଇଥାନ କରାଯାଇଥିଲା । ଶିଶୁ ସେଠାରେ ରହି ପାଠ ପଢିବା ପରେ ୧୮ ପୂର୍ଣ୍ଣ ହେଲା ପରେ ତାଙ୍କୁ ତାଙ୍କ ମାଙ୍କୁ ହସ୍ତାନ୍ତର କରାଯାଇଥିଲା । ଲକ୍ଷ୍ମୀଙ୍କର ଉପଯୁକ୍ତ ବିବାହ ବୟସ ହୋଇଥିବାରୁ ତାଙ୍କର ବିବାହ ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶ ଅନାମ ଚରଣ ପାତ୍ର ହିତାଧିକାରୀଙ୍କୁ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଚେକ୍ ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ