ଗଞ୍ଜାମରେ ଶୌର୍ଯ୍ୟ ଜାଗରଣ ରଥକୁ ସ୍ୱାଗତ
ଗଞ୍ଜାମ, (ବିନୋଦ ପଲାଇ):ଶ୍ରୀରାମଙ୍କର ଦିବ୍ୟ ମନ୍ଦିର ଆସନ୍ତା ମକର ସଂକ୍ରାନ୍ତିରେ ଅଯୋଧ୍ୟାଠାରେ ସମର୍ପଣ ହେବ। ଏହି ଅବସରରେ ସାରା ଦେଶରେ ଶୌର୍ଯ୍ୟ ଜାଗରଣ ରଥ ପରିକ୍ରମା କରୁଥିବା ବେଳେ ଗଂଜାମ ସହର ଠାରେ ପହଞ୍ଚିଛି। ଗଂଜାମ ମହାବିଦ୍ୟାଳୟ ଛକ ଠାରୁ ବଜରଙ୍ଗ ଦଳ, ସହରବାସୀ ଓ ବିଭିନ୍ନ ସଙ୍ଘଠନ ପକ୍ଷରୁ ଭାବ୍ୟ ସ୍ୱାଗତ କରାଯାଇଥିଲା।ପରେ ଏଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ସୁଶାନ୍ତ କୁମାର ତରାଇ, ପ୍ରଭାତ ବିଶ୍ୱାଳ,ଦୁର୍ଗା ମାଧବ ପାଣିଗ୍ରାହୀ ସଂଜୟ ସ୍ବାଇଁ, କାନ୍ତରୀ ଦଳେଇ,ସୀମାଞ୍ଚଳ ଦାସ, ଡିକେରାଓ, ଚିରଞ୍ଜୀବ ମହାନ୍ତି, ନିଳାଞ୍ଚଳ ରାଉଳ, ସୁଧୀର ରାଉଳ, ସାହିଲ ସୁବୁଦ୍ଧି, ଶଙ୍କର ରାଉଳ, କାଳିଆ ରାଉଳ, ପ୍ରମୁଖଙ୍କ ଶତାଧିକ ସାମିଲ ହୋଇଥିଲେ।


