ଗଞ୍ଜାମ ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତିଙ୍କ ଦେହାନ୍ତ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ଶିବ ପ୍ରସାଦ ଦାଶ ଙ୍କ ନଭେମ୍ବର ୭ ତାରିଖ ଦିନ ସକାଳ ସାଢ଼େ ସାତଟା ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶିବ ପ୍ରସାଦ ଦାଶ ଦୀର୍ଘ ଦିନଧରି ଅସୁସ୍ଥ ଥିବା ବେଳେ ତାଙ୍କର ବୁଗୁଡା ଅରବିନ୍ଦ ନଗର ବାସଭବନରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ର, ପୁତ୍ରବଧୁ, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ ବ୍ୟକ୍ତି ଯାଇଥିବା ବେଳେ ମରଶରୀରକୁ ଏକ ଶୋଭାଯାତ୍ରାରେ ନେଇ ବାଘୁଆ ନଦୀ ପଠାରେ ଅନ୍ତିମ ସଂସ୍କାର କରିଥିଲେ । ସ୍ବର୍ଗତ ଦାଶ ଗଞ୍ଜାମ ଜିଲ୍ଲା ବୈଦିକ ସମାଜର ସଭାପତି ପଦବୀରେ ବହୁ ସମୟ ରହିଥିଲେ । ସେ ବୁଗୁଡା ଏନଏସିର କାଉନସିଲର ଥିବା ବେଳେ ନିଜର ଧର୍ମପତ୍ନୀ ପ୍ରେମାଲତା ଦାଶ ବୁଗୁଡା ଏନଏସିର ଅଧ୍ୟକ୍ଷା ଥିଲେ । ସେ ୧୯୫୮ ମସିହା ଜୁନ ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ୬୩ ବର୍ଷ ବୟସରେ ଦେହତ୍ୟାଗ କଲେ ।


