ଜଗତସିଂହପୁର ଜିଲ୍ଲାରେ ସିଭିଲ୍ କୋର୍ଟ ଉଦଘାଟିତ
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାରେ ଆଉ ଏକ ଐତିହାସିକ କାର୍ଯ୍ୟ କ୍ରମ ହୋଇ ଜିଲ୍ଲାର ଗୌରବ ବୃଦ୍ଧି କରିଛି। ଜଗତସିଂହପୁର ଜିଲ୍ଲାର ଚର୍ଚ୍ଚିକା ବଜାର ସ୍ଥିତ କୋର୍ଟ ପରିସରରେ ସିଭିଲ୍ କୋର୍ଟ କାର୍ଯ୍ୟ କ୍ଷମ ହୋଇଛି। ଏହି ପ୍ରତିକ୍ଷିତ ସିଭିଲ କୋର୍ଟକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ଯବର ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଉଦ୍ ଘାଟନ କରିଛନ୍ତି। ଏହି ଉତ୍ସବରେ ଅନ୍ୟତମ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା, ଇତିଶ୍ରୀ ମାଳବିକା ଭୂୟାଁ, ଶଶି ରେଖା ମିଶ୍ର, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଏସ୍ ପି ଆର୍ ସରଥ ପ୍ରଭୃତି ବହୁ ମାନ୍ୟଗଣ୍ୟ ବିଚାରପତି ବହୁ ଆଇନ୍ ଜୀବି ଉପସ୍ଥିତ ଥିଲେ ।


