ସ୍ୱର୍ଗତା ମମତା ମହାନ୍ତିଙ୍କ ଏକାଦଶାହରେ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସ୍ୱର୍ଗତା ମମତା ମହାନ୍ତିଙ୍କର ଏକାଦଶାହରେ ଚଉଦକୁଲାଟସ୍ଥିତ ସଂଗ୍ରାମୀଭବନରେ ଏକ ସ୍ମୃତିସଭା ତାଙ୍କ ପରିବାର ତଥା ଜ୍ଞାତିକୁଟୁମ୍ବଙ୍କ ଉପସ୍ଥିତିରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମକୁ ଅନୁପାଳନ ପୂର୍ବକ ମୁହଁରେ ମାସ୍କ ପିନ୍ଧି ଓ ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା କରାଯାଇ ମହାନ୍ତି ପରିବାର ପକ୍ଷରୁ ଏହି ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଅପରାହ୍ନରେ ସ୍ମୃତିସଭାରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ରଞ୍ଜିତ ଠାକୁର ପ୍ରମୁଖ ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତା ମହାନ୍ତି କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତିଙ୍କ ମାତା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଶରତ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଘନଶ୍ୟାମ ମହାନ୍ତିଙ୍କ ପୁତ୍ରବଧୁ ଅଟନ୍ତି । ୧୯୪୨ ମସିହା ମାର୍ଚ୍ଚମାସ ୧୬ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତା ମହାନ୍ତିଙ୍କର ଗତ ଅକ୍ଟୋବରମାସ ୨୭ତାରିଖରେ ବିୟୋଗ ହୋଇଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ସ୍ମୃତିସଭାରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସାନମାଣିତିଆ ପଂଚାୟତର ପୂର୍ବତନ ସରପଂଚ ଜୟପ୍ରକାଶ ଗିରି, ଧୂମାତ ସରପଂଚ ନରହରି ପାଣି, ଅମୃତମଣୋହୀ ପଂଚାୟତର ସରପଂଚ କୁଳମଣି ମଳିକ, ସରୋଜକାନ୍ତ ପଣ୍ଡା, ମୂରଲୀଧର ସେଠୀ, ଦୁଷ୍ମନ୍ତ ମଳିକ, ଗଦାଧର ମଲ୍ଲିକ, ବସନ୍ତ ମଲ୍ଲିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


