ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀମତୀ ଖେସ୍ ନିଜ ବକ୍ତବ୍ୟର ଜଣଇ ଥିଲେଯେ, ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ଦେଇଛି । ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା ଜରୁରୀ ତେବେ ଯାଇ ଆମ ସୁଦୃଢ ସରକାର ଗଠନ ହୋଇ ପାରିବ । ଏଣୁ ପ୍ରତ୍ୟେକ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗଦାନ କରି ଭୋଟ ଦେବାର ଆବଶ୍ୟକତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଜଣାଇ ଭୋଟର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ଦଳେଇ, ଜିଲ୍ଲାପରିଧ ଅତିରିକ୍ତ କାର୍ଯୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଭୋଟଦାତାଙ୍କ ଭୂମିକା ଏବଂ ଏହାର ଅପରିହାର୍ଯ୍ୟତା, ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ ସମ୍ପର୍କରେ ଅବଗତ କରାଇ ଥିଲେ । ଉପସ୍ଥିତ ସମସ୍ତ ମତଦାତାଙ୍କୁ ସଂକଳ୍ପ କରାଯାଇଥିଲା । ଯୁବ, ନୂତନ ଭୋଟଦାତା ମାନଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛତ୍ରପୁର ଉପଖଣ୍ଡର ବୁଥ୍ ସ୍ତରୀୟ ଅଧିକାରୀ ଶ୍ରୀ ଜସ୍ମିନ୍ କୁମାର ପ୍ରଧାନ, ବିଡିଓ ଖଲ୍ଲିକୋଟ, ଅଙ୍ଗନଓ୍ବାଡିକର୍ମୀ ସୁମିତ୍ରା ପରିଡାଓ ଜ୍ୟୋତ୍ସ୍ନା ପଲେଇ, ବ୍ରହ୍ମପୁର ଉପଖଣ୍ଡର ଶ୍ରୀ ଡାନିସ୍ ବେହେରା, ବିଡିଓ ଧରାକୋଟ, ଶିକ୍ଷକ ପିଣ୍ଟୁ ପାଣିଗ୍ରାହୀ, ଅଜିତ କୁମାର ବିଷୋୟୀ, ସୋସିଆଲ ମୋବିଲାଇଜର୍, ଟିଡିଏ ତୁମ୍ବା ଏବଂ ଅଙ୍ଗନଓ୍ବାଡି କର୍ମୀ ସବିତା କୁମାରୀ ସାହୁ, ସ୍ବପ୍ନା କୁମାରୀ ସାହୁ ଏବଂ ଗୀତାଞ୍ଜଳୀ ଦାଶ ଓ ଭଞ୍ଜନଗର ଉପଖଣ୍ଡର ଅଙ୍ଗନଓ୍ବାଡି କର୍ମୀ ମନୋରମା ପଟ୍ଟନାୟକ, ବବିତା ପାଣିଗ୍ରାହୀ ଏବଂ ଶୁଭଲକ୍ଷ୍ମୀ ପାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରି ଥିବା ବେଳେ ଆସିଷ୍ଟାଣ୍ଟ କଲେକ୍ଟର ପ୍ରମୋଦ କୁମାର ବେହେରା ଧନ୍ୟବାଦ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ