ନେତାଜୀ ଜୟନ୍ତୀ – ଆଜାଦୀ ଠେଙ୍ଗାବାହିନୀ ସୁବର୍ଣ୍ଣ ଜୟନ୍ତୀ ମହାସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଥମଥର ଭାରତରେ ସୁବାଷଚନ୍ଦ୍ର ବୋଷଙ୍କୁ ‘ମହାନେତାଜୀ’ ଘୋଷଣା କଲେ ବିଶିଷ୍ଟ ସଂଗ୍ରାମୀ ନେତା ମାୟାଧର ନାୟକ । ଜାନୁୟାରୀ ୨୩ ତାରିଖରେ ପ୍ରଥମଥର ପାଇଁ ବ୍ୟାସନଗର ସହରରେ ଅଭିନବ ଅଭିଯାନ । ମହାନାୟକ ନେତାଜୀଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଓ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପ୍ୟାଲେସ୍‍ ଗ୍ରାଉଣ୍ଡରେ ସଂପୂର୍ଣ୍ଣ ନୂତନ ଢାଞ୍ଚାରେ ଅନୁଷ୍ଠିତ ହୋଇଯାଇଛି । ସାରା ସହର ସେଦିନ ଚଳଚଞ୍ଚଳ ଏବଂ ଏକ ଅଦ୍‍ଭୁତତ୍ପୂର୍ବ ଦୃଶ୍ୟ ଅବଲୋକନ କରିଛନ୍ତି । ୨୨ ତାରିଖ ରାତିସୁଦ୍ଧା ୨୨ଟି ଜିଲ୍ଲା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନରୁ ପ୍ରତିନିଧିମାନେ ପହଞ୍ôଚଥିଲେ । ୨୩ ତାରିଖ ସକାଳ ୯ଟାରେ ଆଜାଦୀ ଠେଙ୍ଗାବାହିନୀର ପ୍ରତିଷ୍ଠାତା ଚିଫ୍‍ କମାଣ୍ଡର ୮୫ବର୍ଷର କୃଷକ ଲକ୍ଷ୍ମଣ ଦାଶଙ୍କ ନେତୃତ୍ୱରେ ପ୍ରତିନିଧିମାନେ ପ୍ରଥମେ ମାୟାଧର ନାୟକଙ୍କ ‘ମହାନାୟକ ବାସଭବନ’କୁ ମାର୍ଚ୍ଚ କରି ସେଠାରେ ମାୟାଧର ବାବୁଙ୍କ ପତ୍ନୀ ଇନ୍ଦିରା, ପୁତ୍ର ଆକାଶ, ନାତି ଅଂଶ୍‍, କଲ୍ୟାଣୀ ଦାସଙ୍କ ଠାରୁ ଅଭିବାଦନ ଗ୍ରହଣ କରି ବସଷ୍ଟାଣ୍ଡ, ଗୋପବନ୍ଧୁ ଛକ ମୁଖ୍ୟ ରାସ୍ତାରେ ଆଜାଦୀ ଠେଙ୍ଗାବାହିନୀ ସେନା/ସେନାନୀ ପୋଷାକ ପିନ୍ଧି ଶୁଙ୍ଖଳିତ ଭାବେ ପରିକ୍ରମା କରିଥିଲେ । ସକାଳୁ ସକାଳୁ ବ୍ୟାସନଗର ସହର ଏଭଳି ଅଭୂତପୂର୍ବ ଦୃଶ୍ୟ ଦେଖି ଚଳଚଞ୍ଚଳ ହୋଇଉଠିଥିଲା । କୃଷକ ଲକ୍ଷ୍ମଣ ଦାଶଙ୍କ ଅ୍ମକ୍ଷତାରେ ଆରମ୍ଭ ହେଲା ସମ୍ମିଳନୀର କାର୍ଯ୍ୟକ୍ରମ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ଅଭିନେତା, କୋରାଇ ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ମଞ୍ଚାସୀନ । ଶ୍ରୀ ଦାସନାୟକ ତାଙ୍କ ଓଜ୍ୱସିନୀ ବକ୍ତବ୍ୟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଐତିହାସିକ ପୃଷ୍ଠଭୂମି, ଆଦର୍ଶ ଓ ସାମାଜିକ ଆନ୍ଦୋଳନ ସଂପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟବକ୍ତା ମାୟାଧର ନାୟକ ଦୀର୍ଘ ଦେଢଘଣ୍ଟା ଦୀକ୍ଷାନ୍ତ ଭାଷଣରେ କହିଲେ – ସଂପ୍ରତି ସାରା ବିଶ୍ୱରେ ଯୁଦ୍ଧର ଘନଘଟା ଲାଗିରହିଛି । ପଲ୍ଲୀ ଠାରୁ ଦିଲ୍ଲୀ ସବୁ ଦେଶର କୋଣେ କୋଣେ ଗୃହଯୁଦ୍ଧ ଠାରୁ ଆରମ୍ଭ କରି ରକ୍ତାକ୍ତ ସଂଘର୍ଷ । ଆସନ୍ତା େ‘ବୃଆରୀ ୨୬ରେ ଋୁଷିଆ-ୟୁକ୍ରେନ୍‍ ଯୁଦ୍ଧକୁ ୩୬୫ ଦିନ ପୁରିବ । କେବେ ସରିବ କେହି କହିପାରୁନାହାଁନ୍ତି । ୟୁକ୍ରେନ୍‍କୁ ଆମେରିକା ନେତୃତ୍ୱରେ ୩୫ଟି ନାଟୋ ଦେଶ ଅସ୍ତ୍ରଶସ୍ତ୍ର ଯୋଗାଇ ୟୁକ୍ରେନ୍‍ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ଚାଲୁରଖିବା ପାଇଁ ମତଉଛନ୍ତି । ଏଣେ ରୁଷିଆ ରାଷ୍ଟ୍ରପତି ପୁତିନ୍‍ ପାଗଳ ହୋଇ ପରମାଣୁ ବୋମା ଛାଡିବ ବୋଲି ଧମକଉଛି । ଯୁଗ ଯୁଗର ସାମନ୍ତବାଦ, ପୁଞ୍ଜିବାଦ, ସାମ୍ରାଜ୍ୟବାଦର ବକ୍ଷବିଦାରି ସମଗ୍ର ବିଶ୍ୱରେ ଜନ୍ମ ନେଇଥିଲା ସମାଜବାଦୀ ରାଷ୍ଟ୍ର ସୋଭିଏତ୍‍ ରୁଷ୍‍ । ଯୁଦ୍ଧ ମାତ୍ର ୧୦ ଦିନ । ଏବେ ସେଇ ରୁଷିଆ ଗୋଟେ ଛୋଟ ଦେଶକୁ ଆଜି ସୁଦ୍ଧା ୩୩୧ ଦିନ ହେଲା ଭୟଙ୍କର ଯୁଦ୍ଧ କରି ଜିତିପାରୁନି । ଆମେ ଭାରତବାଲା ରୁଷିଆ ସପକ୍ଷରେ । ଯୁଦ୍ଧାସ୍ତ୍ର ଯଦି ଗୋଟିଏ ଶିଶୁ ହାତରେ ପଡେ ତାହେଲେ ସେ ଖେଳଣା ବନ୍ଧୁକ ଭଳି ଖେଳିବ । ଫଳ ଯାହା ହେବ ଜାଣୁଥିବେ । ସଂପ୍ରତି ସମଗ୍ର ବିଶ୍ୱରେ କରୋନାର କୋକୁଆ ଭୟ ବ୍ୟାପିଚାଲିଛି । ଏ ଅଦୃଶ୍ୟ କରୋନା ମହାମାରୀରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କ୍ଷଣିକରେ ମରିଯାଉଛନ୍ତି । ଏହି ରୋଗକୁ ମୁକାବିଲା କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରିପାରୁନାହିଁ । ବୈଜ୍ଞାନିକମାନେ କହୁଛନ୍ତି କରୋନା ସହିତ ଆଉ ୧୭ ଲକ୍ଷ ଅନ୍ୟ ଅଦୃଶ୍ୟ ଭୂତାଣୁ ଯେକୌଣସି ମୁହୂର୍ତ୍ତରେ ମାଡିଆସିବେ । ଭୟଙ୍କର ଦୁର୍ଭିକ୍ଷ ପଡିବ । ରୋଗ ଓ ଭୋକ କବଳରେ ଆଉଟୁପାଉଟୁ ହୋଇ ମଣିଷ ମୃତ୍ୟୁମୁଖରେ ପଡିବେ । ଏ ପୃଥିବୀ ବହୁଳାଂଶରେ ଜନମାନବଶୂନ୍ୟ ହୋଇଯିବ । ଆମ ଭାରତରେ ମହାମାରୀ କରୋନାର ଖେଳାଲୀଳା ଦୁଇବର୍ଷ ପର୍ଯ୍ୟନ୍ତ ସମସ୍ତେ ଅଙ୍ଗେ ଲିଭେଇଛନ୍ତି । ମହାମାରୀ କରୋନାର କରାଳକାଳବଳୟ ପରର ପୃଥିବୀରେ ଯେଉଁ ଇତିହାସ ଲେଖାଯିବ – ତାହା ବିଶ୍ୱ ଇତିହାସର ମାଳ ମାଳ ପୃଷ୍ଠାରେ ଭର୍ତ୍ତି ହୋଇଯାଇଥିବ । ଶ୍ରୀ ନାୟକ ସତର୍କବାଣୀ ଶୁଣାଇ କହିଲେ – ସଂପ୍ରତି ଭୋକ, ରୋଗ, ପାପରେ ବିଶ୍ୱବାସୀ ଆକ୍ରାନ୍ତ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍‍ ସେଭଳି ପରମାଣୁ ବୋମା ତିଆରି କରିପାରିନି ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ ସାଂଘାତିକ ଶଦ୍ଦ ଭୋକ ଓ ରୋଗକୁ ମଣିଷ ଜାତିର ଅବିଧାନରୁ ମୂଳପୋଛ କରିଦେଇପାରିବ । ଯେଉଁଠି ଭୋକ, ରୋଗ, ପାପ ନଥିବ ସେଇଭଳି ପୃଥିବୀ ଆମର ଦରକାର । ସମଗ୍ର ବିଶ୍ୱ ଏଇ ୨୩ ମସିହାରେ ଦୋହଲିଯିବ । ଯୁଦ୍ଧ ତ ଚାଲିଛି, ଦେଶେ ଦେଶେ ଗଣ୍ଡଗୋଳ ତ ହେଉଛି, ଭୂମିକମ୍ପ, ଭୂ-ସ୍ଖଳନ, ଦୁର୍ଘଟଣା, ସଂଘର୍ଷ, ରାଜନୈତିକ ହିଂସାକାଣ୍ଡ, ଅର୍ଥନୈତିକ ଅଧୋଗତି, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ଆକାଶଛୁଆଁ, ସାମାଜିକ ଓ ସାଂସ୍କୃତିକ ଅବକ୍ଷୟ ଅତି ଦ୍ରୁତଗତିରେ ବଢିଚାଲିବ । ଏପରିକି ନ’ଅଙ୍କ ଦୁର୍ଭିକ୍ଷ ଭଳି ପୁଣି ଏକ ବଡ ଦୁର୍ଭିକ୍ଷ ପଡିଯାଇପାରେ । ସବୁ ଦେଶରେ କ୍ଷମତା ପାଇଁ ଦଳ ଓ ନେତାମାନେ ବଧପାଗଳ ଭଳି କାର୍ଯ୍ୟ କରିବେ । ଏବେ କେବଳ ଭାରତ କି ଓଡିଶା ନୁହେଁ ସମଗ୍ର ବିଶ୍ୱରେ ମାଗଣାଖିଆ ସଂସ୍କୃତି ଓ ଫଟା ପୋଷାକ ସଂସ୍କୃତିରେ ସବୁ ଦେଶର କୋଟି କୋଟି ଜନସାଧାରଣ ଯୁବଛାତ୍ରସମାଜ ନିମଗ୍ନ । ଯାହା‘ଳରେ ମଣିଷର ମେରୁଦଣ୍ଡ ଯୁବସମାଜର ମଗଜକୁ ଟିଣ କରିଦେଲାଣି । ମୁଣ୍ଡ ଆଉ କାହାରି କାମ କରୁନାହିଁ । ଶ୍ରୀ ନାୟକ ଶେଷରେ କହିଲେ – ମୁକୁଟ ଠୁ ମୁଣ୍ଡ ମୂଲ୍ୟବାନ । ବର୍ତ୍ତମାନ ପୃଥିବୀରେ ମୁଣ୍ଡ ଥିବା ଲୋକ କାହିଁ ଦେଖାଯାଉନାହାଁନ୍ତି । ଯଦିବା ଅଳ୍ପ କେତେଜଣ ଅଛନ୍ତି ସେମାନେ ଦୃଶ୍ୟମାନ ହେଉନାହାଁନ୍ତି । ଏଇ ୭୫ ବର୍ଷ ପୂର୍ବରୁ ପୃଥିବୀରେ ୨୦/୨୫ ଜଣ ମୁଣ୍ଡ ଥିଲେ । ଯେଉଁମାନଙ୍କ ମୁଣ୍ଡର ବୁଦ୍ଧିରେ ସାରା ବିଶ୍ୱ ପରିଚାଳିତ ହେଉଥିଲା । ଆମେ ଭାରତୀୟମାନେ ମୋଗଲର ୪୦୦ ବର୍ଷ, ବ୍ରିଟିଶ୍‍ର ୨୦୦ ବର୍ଷ ଗୋଲାମୀ ଖଟିଲେ । ଆମ ମଗଜରେ ଗୋଲାମୀର ରକ୍ତ । ଶହ ଶହ ବର୍ଷ ଗୋଲାମୀରୁ ମୁକ୍ତି ପାଇଁ ଭାରତର ଦୁଇଟି ମୁଣ୍ଡ ଗାନ୍ଧୀଜୀ ଓ ନେତାଜୀ ଆର୍ବିଭାବ ହେଲେ । ଗାନ୍ଧୀଜୀଙ୍କୁ ଜାତିର ପିତା ଓ ନେତାଜୀଙ୍କୁ ସ୍ୱାଧୀନତା ସଂଗ୍ରାମର ଜନକ ବୋଲି ସମସ୍ତେ ଜାଣନ୍ତି । ନେତାଜୀ କହିଲେ – ‘ମତେ ରକ୍ତ ଦିଅ, ମୁଁ ତମକୁ ଦେବି ସ୍ୱାଧୀନତା’ । ସ୍ୱାଧୀନତା ଭିକ୍ଷା ନୁହେଁ, ଜନ୍ମଗତ ଅଧିକାର । ସାମ୍ରାଜ୍ୟବାଦୀ ବ୍ରିଟିଶ୍‍ ବିରୁଦ୍ଧରେ ଯୁଦ୍ଧ କରି ଆମେ ଆମ ସ୍ୱାଧୀନତା ହାସଲ କରିବା । ମହାତ୍ମା ଗାନ୍ଧୀ କିନ୍ତୁ ନେତାଜୀଙ୍କୁ ସମର୍ଥନ କଲେନାହିଁ । ଅହିଂସା ମାର୍ଗରେ ଆମେ ସ୍ୱାଧୀନତା ଆନ୍ଦୋଳନ ଚଳାଇଲେ । ଇଂରେଜମାନେ ଆମ ଗୋଟିଏ ଗାଲକୁ ଚାପୁଡା ମାରିଲେ ଆମେ ଆର ଗାଲଟି ଦେଖାଇଦେଲେ । ନରମ ହୋଇ ଅନଶନ ଧାରଣାରେ ସ୍ୱାଧୀନତା ଆନ୍ଦୋଳନ ଚାଲୁ କଲେ । ନେତାଜୀ ସୁଭାଷଚନ୍ଦ୍ର ବୋଷ ଗାନ୍ଧୀଜୀଙ୍କୁ ବିରୋଧ କରି ସେତେବେଳର କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ଦେଶ ଛାଡି ବିଦେଶକୁ ଯାଇ ଆଜାଦୀ ହିନ୍ଦ୍‍ ଫୌଜ ଗଠନକରି ବ୍ରିଟିଶ୍‍ ବିରୋଧରେ ଯୁଦ୍ଧ ଚଳାଇଲେ । ମହାନାୟକ ନେତାଜୀଙ୍କ ରକ୍ତାକ୍ତ ସଂଗ୍ରାମ, ଯୁଦ୍ଧ ଘୋଷଣା ଦେଖି ବ୍ରିଟିଶ୍‍ ଥରହର । ବ୍ରିଟିଶ୍‍ ମହାତ୍ମା ଗାନ୍ଧୀ, ମହମ୍ମଦ୍‍ ଜୀନ୍ନା, ଜବାହରଲାଲ ନେହେରୁ ପ୍ରମୂଖଙ୍କୁ ଡାକି ସ୍ୱାଧୀନତା ହସ୍ତାନ୍ତର କଲେ । ଭାରତ ହେଲା ଦ୍ୱିଖଣ୍ଡ । ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ସ୍ୱାଧୀନତା, ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ପାଇଲା । ଆଜି ୭୫ ବର୍ଷ ଅମୃତ ମହୋତ୍ସବ ପାଳୁନ କରୁଛେ । ସାଗର ମନ୍ଥନରେ ଯେମିତି ବିଷ ଓ ଅମୃତ ବାହାରିଲା ଭଳି ଆଜି ବି ଆମ ଭାରତ ମନ୍ଥନରେ ୫ ଭାଗ ଭାରତୀୟ ସବୁ ଅମୃତକୁ ପିଇଯାଉଛନ୍ତି – ବାକି ୯୫ ଭାଗ ଆମେ ହତଭାଗା ଭାରତବାସୀଙ୍କ ଭାଗ୍ୟରେ ବିଷ ପିଇବା ଛଡା ଅନ୍ୟଗତି ନାହିଁ । ଆମେ ସେଇ ହତଭାଗ୍ୟ ଭାରତବାସୀ ଯିଏ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିପାରୁ । ତାଙ୍କ ଫଟୋକୁ କୋର୍ଟକଚେରୀ, ଅଫିସଦପ୍ତର, ଶିକ୍ଷାନୁଷ୍ଠାନ ସବୁଠି ଟଙ୍ଗେଇ ମିଛ ପୂଜା କରୁ । ବିଶେଷକରି ମୁଦ୍ରାରେ ଗାନ୍ଧୀ ମୁଣ୍ଡ ଛପାଇ ସବୁ କଳାକାରବାର ଚାଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ