ଗଞ୍ଜାମ ପୋଲିସ୍ ଜିଲ୍ଲାର ୩ ଲକ୍ଷ ୪୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ କରାଯାଇ ଗତ ୨୪ ଘଣ୍ଟା ମଧ୍ୟରେ ଟ୍ରାଫିକ୍ ନିୟମ ଅବମାନନା ଓ ବିନା ମାସ୍କ ଧାରୀ ମାନଙ୍କ ଠାରୁ ୩ ଲକ୍ଷ ୪୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ୪ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସିଜ୍ କରାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ୪ ଟି ଅବକାରୀ ମାମଲା ରୁଜୁ କରାଯାଇ ୩୬୨ ଲିଟର ମଦ ଜବତ କରାଯିବା ସହିତ ୮ ଜଣଙ୍କୁ ଗିରଫ କରାଯାଇଥିବା ଟୁଇଟ ଯୋଗେ ସୂଚନା ମିଳିଛି ।


