ସମାଜସେବୀ କୃଷ୍ଣଚନ୍ଦ୍ର ମହାରଣାଙ୍କ ପରଲୋକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସୂର୍ଯ୍ୟନଗରସ୍ଥିତ ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ମହାରଣା କେନ୍ଦ୍ରାପଡା ରେଜିଷ୍ଟେସନ ଅଫିସରେ ଚାକିରୀ ଆରମ୍ଭ କରିଥିଲେ । ଅବସର ପରେ ସେ ଅନେକ ସାମାଜିକ ସଂଗଠନ ସହିତ ବିଶେଷ କରି ସତ୍ୟସାଇ ସେବା ସଂଘ ସହ ଜଡିତ ହୋଇ ଅନେକ କାର୍ଯ୍ୟକ୍ରମ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ଓ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର ସଭ୍ୟ ଭାବରେ ନିଜକୁ ସାମିଲ କରିଥିଲେ । ଗତ ବୁଧବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ପରିବାରବର୍ଗ ଚିକିତ୍ସା ପାଇଁ କଟକ ନେଉଥିବା ସମୟରେ ନିଶ୍ଚିନ୍ତକୋଇଲିଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଖବର ପାଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ବିକାଶ ସାମ୍ମୁଖ୍ୟ ପକ୍ଷରୁ ଅଧ୍ୟାପକ ଅଜୟ ସାମଲ, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଅମୀୟ ନାୟକ ଓ ଗୋଖେଇ ପାତ୍ର ପ୍ରମୁଖ ଉକ୍ତ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ତାଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଇଥିଲେ ।


