ଗଞ୍ଜେଇ ସହ ଟ୍ରକ ଜବତ
ବାଲିଗୁଡା,( ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ଜଗତ ତ୍ରାହି ତ୍ରାହି ଡାକ ପକାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣକାରୀ ନିଜ ବେପାରରେ ବେଶ ସକ୍ରିୟ ଅଛନ୍ତି । କନ୍ଧମାଳ ଅଞ୍ଚଳରୁ ଅନବରତ ଗଞ୍ଜେଇ ମାଫିଆ ଚୋରା ଗଞ୍ଜେଇ ଚାଲାଣ ଚଳେଇଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଠାରୁ ବାଲିଗୁଡାକୁ ରାସନ ସାମଗ୍ରୀ ନିୟମିତ ଆଣି ଯାତାୟାତ କରୁଥିବା ସିମାଞ୍ଚଳ ଟ୍ରାନ୍ସପୋର୍ଟର ଏକ ଟ୍ରକ ନଂ.ଓଆରଜି.୬୫୭୮ ରେ ବାଲିଗୁଡାରୁ ବ୍ରହ୍ମପୁରକୁ ୨୦କିଲୋ ୫୦୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାଲିଗୁଡା ପୋଲିସ ଏସ.ଆଇ.ରବୀନ୍ଦ୍ର ମୁଣ୍ଡାରୀଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ ହାବୁଡ଼ରେ ପଡି ଗଞ୍ଜେଇ ଚାଲାଣ କରୁଥିବା ଟ୍ରକ ଡ୍ରାଇଭର ସାଧୁ ଚରଣ ମହାପାତ୍ର ଙ୍କୁ ଗିରଫ କରି ବାଲିଗୁଡା ଥାନା କେଶ ନଂ. ୧୩୯/୨୦ ପ୍ରକାରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଏହି ଘଟଣାରେ ଅନ୍ୟ କେହି ସଂଶ୍ଳିଷ୍ଟ ଅଛନ୍ତି, ସେ ନେଇ ପୋଲିସ ବିଭାଗ ତରଫରୁ ତଦନ୍ତ ଅବ୍ୟାହତ ଥିବା ବିଷୟ ସ୍ଥାନୀୟ ଡିଏସପି ମନୋଜ କୁମାର ପୂଜାରୀ ପ୍ରକାଶ କରିଛନ୍ତି ।


