ସରକାରୀ ନିୟମ୍ କୁ ବେଖାତିର

ରମ୍ଭା, (ଦୁର୍ଗା ମାଧବ ପାଣିଗ୍ରାହୀ):କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କର ଛାୟା ଖେଳିଯାଇଛି।ଓଡ଼ିଶାରେ ମଧ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣର ଭୟାବହତା କହିଲେ ଅତ୍ୟୁକ୍ତି ହେବ ନାହିଁ ।ଗଞ୍ଜାମ ଜିଲ୍ଲା ମଧ୍ୟ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି।ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲା ଆୟତ୍ତକୁ ଆଣିବା ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ମଧ୍ୟ କରୋନା ଯୋଦ୍ଧା ସାଜି ସେବାରେ ଲାଗି ପଡିଛନ୍ତି।କିନ୍ତୁ ରମ୍ଭା ପ୍ରଶାସନ ଏଭଳି ସମୟରେ ରମ୍ଭାବାସୀଙ୍କୁ ବିପଦରେ ଠେଲି ପାଞ୍ଚଦିନ ପାଇଁ ଛୁଟି ନେଇ ଭୂବନେଶ୍ୱରକୁ ଚାଲି ଯାଇଥିଲେ ।କରୋନା ମହାମାରୀ ପାଇଁ ଭୁବନେଶ୍ୱର ରେଡ଼ ଜୋନ୍ ଥିବା ବେଳେ ଭୂବନେଶ୍ୱରରୁ ଆଜି ରମ୍ଭା ଏନଏସି ଅଧିକାରୀ ଶ୍ରୀମତୀ ସ୍ୱପ୍ନାରାଣୀ ପାଢ଼ୀ ନିଜ କାର୍ଯ୍ୟାଳୟ ରମ୍ଭାକୁ ଫେରିବା ପରେ ରମ୍ଭା ଅଞ୍ଚଳରେ ଆତଙ୍କର ଛାୟା ଖେଳି ଯାଇଛି।ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୪ଦିନ ହୋମ କ୍ୱାରେଣ୍ଟାଇନରେ ରହିବା କଥା।କିନ୍ତୁ ଏନଏସି ଅଧିକାରୀ ସରକାରଙ୍କ ନିୟମକୁ ବେଖାତିର କରିବା ସହ ଖୋଲାଖୋଲି ଉଲଂଘନ କରୁଥିବା ଦେଖାଯାଇଛି । ତେଣୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧୀ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି।ରମ୍ଭା ଏନଏସିର ପ୍ରତି ୱାର୍ଡରେ ଏନଏସି କର୍ମଚାରୀମାନେ ଅଛନ୍ତି ।ଏନଏସି କର୍ମଚାରୀମାନଙ୍କ ସହ ଅଧିକାରୀ ଆଜି ମିଳାମିଶା କରିଥିବା ଦେଖିବାକୁ ମିଳିଥିଲା।ଯାହାଫଳରେ ରମ୍ଭା ଅଂଚଳରେ ଭବିଷ୍ୟତରେ କରୋନା ମହାମାରୀ ଆଶଙ୍କା ବଢ଼ିବାର ସମ୍ଭାବନା ରହିଛି ।ତେଣୁ ରମ୍ଭା ଅଂଚଳର ସଚେତନ ନାଗରିକ, ଜିଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୂର୍ବତନ ଜିଲାପରିଷଦ କୀର୍ତନ ଦାସ ଗଂଜାମ ଦଳିତ ସଂଘ ସଭାପତି ଭୀମସେନ ବେହେରା, ଗଣପ୍ରତିନିଧି (ବରିଷ୍ଠ )ସୁଜିତ କୁମାର ବେହେରା,ସଚେତନ ନାଗରିକ ନୀଳକଣ୍ଠ ଦାସ, ଭାସ୍କର ପାତ୍ର, ଜିତେନ୍ଦ୍ର ନାୟକ,ଦିନା ପ୍ରଧାନ, ଗଂଜାମ ବ୍ଲକର ଯୁବନେତା ଶ୍ରୀଧର ବେହେରା ଓ ରମ୍ଭା ଅଂଚଳର ବରିଷ୍ଠ ନାଗରିକ ଏହାକୁ ନାପସନ୍ଦ କରିଛନ୍ତି ଏବଂ ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଅବଗତକରାଇଛନ୍ତି।ନିୟମ ସମସ୍ଥଙ୍କ ପାଇଁ ସମାନ।ଯଦି ଅଞ୍ଚଳର କୌଣସି ଅସୁବିଧା ଘଟେ ପ୍ରଶାସନ ଦାୟୀ ରହିବେ।ତୁରନ୍ତ ଏନଏସି ଅଧିକାରୀଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।ବିଭିନ୍ନ ସମୟରେ ଉକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରୋଧରେ ଜନସାଧାରଣ ଙ୍କୁ  ର୍ଦୁଵ୍ୟହାର କରିବା, ଅଭିଯୋଗ ଆସୁଥିବାର ନଜର ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ