ଗଡଚଣ୍ଡୀ ହାଇସ୍କୁଲର ୨୯ତମ ବାର୍ଷିକ ଉତ୍ସବ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ଗଡଚଣ୍ଡୀ ହାଇସ୍କୁଲ ସୁନ୍ଦରାପାଳର ୨୯ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀକା ସ୍ୱରୁପାରାଣୀ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ସିଆରସିସି ଜଚିନ୍ଦ୍ର କୁମାର ମଲ୍ଲିକ, ସମ୍ମାନୀତ ଅତିଥିଭାବେ ଗଡଚଣ୍ଡୀ ଏମ.ଇ ସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଜେନା, ସୁନ୍ଦରାପାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନମୋହନ ଜେନା, ପୁରୁଣାପାଣି ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିର୍ଜନା ବେହେରା, ସାନ ଆମ୍ବଗଡିଆ ୟୁଜିଏମ.ଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ମଲ୍ଲିକ, ପୁର୍ବତନ ସଭାପତି ନାରାୟଣ ଚନ୍ଦ୍ର ଖଣ୍ଡେଇ, ସମ୍ପାଦକ ନାରାୟଣ ଚନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ବାହାଣ୍ଡା, ମୋ ସ୍କୁଲ ଅଭିଯାନର ସକ୍ରୀୟ ସଦସ୍ୟ ପୁର୍ବତନ ଛାତ୍ର ଦେବବ୍ରତ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ବହୁମୁଲ୍ୟ ଉପଦେଶ ଦେଇଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଦୁସ୍ମନ୍ତ କୁମାର ଦଳେଇ, ସତ୍ୟବ୍ରତ ସାମଲ, କବିତା ଆୟଚ, ରାମଚନ୍ଦ୍ର ବେହେରା, ରମେଶ କୁମାର ପ୍ରଧାନ, ପଦ୍ମନାଭ ପଣ୍ଡା, ଯୁଦ୍ଧିଷ୍ଠିର ପରିଡା, ଅଶୋକ କୁମାର ଜେନା, ବଳରାମ ମଲ୍ଲିକ, ପ୍ରଭାକର ବେହେରା, ପ୍ରୀତମ ନାଇକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ