ମଣ୍ଡିରୁ ଉଠୁନି ଧାନ, ଚାଷୀ ହିନସ୍ତା

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକରେ ୭ଟି ସମବାୟ ସମିତିରେ ଧାନ ମଣ୍ଡି ଖୋଲାଯାଇଥିଲେବି ଚାଷୀ ମାନଙ୍କ ଧାନ ନିୟମିତ ଉଠି ପାରୁନଥିବା ଅଭିଯୋଗ ହେଉଛି । ଚାଷୀମାନେ ଧାନ ବିକ୍ରୀ କରିବାପାଇଁ ସରକାର ଟୋକନ ବ୍ୟବସ୍ଥା କରିଥିବାବେଳେ ଏହି ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟୁକୁଣା ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ଜେନାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ପରିବାର ଲୋକମାନେ ୪ଟି ଟୋକନ ପାଇଥିବାବେଳେ ୪ତାରିଖ, ୮ତାରିଖ, ୧୧ତାରିଖ ଓ ୧୩ତାରିଖରେ ଧାନ ଦେବାପାଇଁ ଧାର୍ଯ୍ୟ ହୋଇଥିଲା । ୪ତାରିଖ ଦିନ ସେ ମଣ୍ଡିକୁ ଧାନ ଦେବାପାଇଁ ଆସିଥିବାବେଳେ ଗାଡି ନଆସିବାରୁ ସେ ଫେରି ଯାଇଥିଲେ । ସେହିପରି ୮ତାରିଖ ଦିନ ଭାରତବନ୍ଦ ଯୋଗୁଁ ମଣ୍ଡିକୁ ଗାଡି ଆସି ନଥିଲା । ଫଳରେ ସେ ଦୁଇଟି ତାରିଖରେ ଧାନ ବିକ୍ରୀ କରିପାରି ନାହାନ୍ତି । ଧାନକୁ ଆଣି ମଣ୍ଡି ସମ୍ମୁଖ ରାସ୍ତା କଡରେ ପକାଇଛନ୍ତି ଯେ ଛେଳି ଗୋରୁ ଖାଇଯାଉଛନ୍ତି । ସେହିପରି ରବିନ୍ଦ୍ର କୁମାର ପାତ୍ର ନାମକ ଜଣେ ଚାଷୀ ଧାନ ଦେବାପାଇଁ ଟୋକନ ପାଇଥିଲେ ମଧ୍ୟ ଗାଡି ଆସୁନଥିବାରୁ ତାଙ୍କ ଧାନ ବିକ୍ରୀ କରିପବାରି ନାହାନ୍ତିବୋଲି କହିଛନ୍ତି । ସେହିପରି ବଡରମ୍ପାସ ଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାନ୍ତି ନାମକ ଜଣେ ଚାଷୀ ତାଙ୍କର ନାମ ୪୨ନଂ ସିରିୟଲରେ ଥିବାବେଳେ ଆଜି ପର୍ଯ୍ୟନ୍ତ ଟୋକନ ପାଇପାରି ନାହାନ୍ତି । ଯାହାଦ୍ୱାରାକି ତାଙ୍କ ଖଳାରେ ଧାନ ପଡି ପଡି ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଅଦିନିଆ ବର୍ଷା ହେଉଥିବାରୁ ଧାନକୁ ଜଗା ରଖା କରି ସାଇତିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି । ବଡରମ୍ପାସ ସମିତିରେ ୧୩ଶହରୁ ଉର୍ଦ୍ଧ ଚାଷୀ ଥିବାବେଳେ ୧୫ଦିନରେ ଥରେ ୫୦ଜଣ ଚାଷୀଙ୍କ ଟୋକନ ଆସୁଛି । ଯଦି ଏହି ଅନୁସାରେ ଟୋକନ ଆସେ ତେବେ ବର୍ଷେରୁ ଉର୍ଦ୍ଧ ସମୟ ଲାଗିଯିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଖାଲି ଏହି ସମିତି ନୁହଁ ସମଣା, ମରୈଗାଁ, ସୋସୋ ପ୍ରଭୃତି ଧାନ ମଣ୍ଡିରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଛି । ମଣ୍ଡି କତ୍ତୁପକ୍ଷ ଧାନ ଠିକ ସମୟରେ ଉଠାଇ ପାରୁ ନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧା ଭେ ଗରୁଛନ୍ତି । ଏଣୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ