ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶ୍‌ୃଙ୍ଖଳାର ସହିତ ସମାପନ କରିବାକୁ ଉପସ୍ଥିତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଆସନ୍ତା ମେଲଣ ଓ ଭଷାଣୀ ଉତ୍ସବରେ ଯୋଗଦେଇଥିବା ବିଭିନ୍ନ ପୂଜା କମିଟିର ମେଢ ଗୁଡିକ ମେଲଣରୁ ବାହାରିବା ପାଇଁ ସମୟ ନିର୍ଘଣ୍ଟ ସ୍ଥିରିକୃତ ହୋଇଥିଲା । ଏହି ବୈଠକରେ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ସେମାନଙ୍କ ମତାମତ ରଖିଥିଲେ । ପୂଜା କମିଟିର କର୍ମକର୍ତ୍ତାମାନେ ମେଲଣ ଓ ଭଷାଣୀ ଉତ୍ସବକୁ ୪ଦିନ ଧରି କରାଯିବାକୁ ଏବଂ ସେହି ଦୁଇଟି ଉତ୍ସବରେ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବାକୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ ପାଇଁ ନିବେଦନ କରିଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏଥିନିମନ୍ତେ ଜିଲ୍ଲାପାଳଙ୍କୁ ଆବେଦନ କରିବାକୁ ପୂଜା କମିଟି ଗୁଡିକୁ ପରାମର୍ଶ ଦେଇଥିଲେ । ଶେଷରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ