ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ଦଶହରା ମିଳନ ଏବଂ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ବିଜୟା ଦଶମୀ ଉପଲକ୍ଷେ ମଲ୍ଲିକାଶପୁରସ୍ଥିତ ସ୍ୱର୍ଗତ ଅରୁଣ ଦେ’ଙ୍କ ବାସଭବନରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱର୍ଗତ ଦେ’ଙ୍କର ଅନୁଗତ ସେକ୍ ଫିର୍‌ଦୋସଙ୍କ ପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ବରିଷ୍ଠ ରାଜନେତା ଅରୁଣ ଦେ ଜୀବିତାବସ୍ଥାରେ ପ୍ରତିବର୍ଷ ଦଶହରାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିଲେ । ତାଙ୍କ ଅବର୍ତ୍ତମାନରେ ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅରୁଣ ଦାଙ୍କ ସାଥୀ ଓ ସମର୍ଥକମାନେ ତାଙ୍କୁ ମନେ ପକାଇବା ସଙ୍ଗେସଙ୍ଗେ ପରସ୍ପରଙ୍କୁ ବିଜୟା ଅଭିନନ୍ଦନ ଜଣାଇଥା’ନ୍ତି । ଏହି କାର୍ଯ୍ୟକ୍ରମରେ ପରିଷଦର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଉପଦେଷ୍ଠା ରଞ୍ଜନ ବାଗ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ସଦର ବିଧାୟକ ସ୍ୱରୂପ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଅରୁଣ ଦାଙ୍କ କାର୍ଯ୍ୟ ଏବଂ ସାଧାରଣ ଲୋକଙ୍କ ପ୍ରତି ତାଙ୍କର ଥିବା ପ୍ରତିବଦ୍ଧତା ସମ୍ପର୍କରେ ସମସ୍ତଙ୍କୁ ମନେପକାଇ ସ୍ୱର୍ଗତ ଦାଦା ଏବଂ ସେକ୍ ଫିର୍‌ଦୋସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଅନୁସୂୟା ନାୟକ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, କବି ଶ୍ରୀଦେବ, ଆଇନଜୀବୀ ସାଇରୁଲ୍ ହକ୍‌, ବିନୋଦ ଜୀ, ମନୋଜ ରାଉତ, ଯଶୋଦା ନନ୍ଦନ ଆଶ୍‌, ପୂର୍ବତନ ନଗରପାଳ ତପନ ଚକ୍ରବର୍ତ୍ତୀ, ଅଭିଜିତ୍ ଦାସ, ଭୋଳାନାଥ ବେହେରା, ଐଶ୍ୱର୍ଯ୍ୟ ସେନାପତି, ମଧୁସୂଦନ ମହାପାତ୍ର, ରେମୁଣା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଗୋପୀନାଥ ସେନାପତି, ରାଜେନ୍ଦ୍ର ଚାଟାର୍ଜୀ, ବିଶ୍ୱଜିତ୍ ମହାପାତ୍ର, କାଉନସିଲର ସନ୍ଧ୍ୟାରାଣୀ ଜେନା, ଦେବେନ୍ଦ୍ର ଦାସ, ଆଇନଜୀବୀ ପ୍ରଣବ ପଣ୍ଡା, ମଧୁସୂଦନ ବେହେରା, ଦୀପକ ଦାସ, ସେକ୍ ଆନ୍‌ସାର୍‌, ଧୀରେନ୍‌୍ ନାୟକ, ଶରତ ଦାସ, ଆଶିଷ ଦାଶ, ତ୍ରିଲୋଚନ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରିୟନେତା ଅରୁଣ ଦେଙ୍କୁ ମନେ ପକାଇବା ସଙ୍ଗେସଙ୍ଗେ ସେକ୍ ଫିର୍‌ଦୋସ୍‌ଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ