ଗଳାପୋଲ ବାଇନ ହତ୍ୟାକାଣ୍ଡ ମାମଲାରେ ୫ଜଣ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହରର ଅରଡ଼ବଜାର ଗଳାପୋଲ ବାଇନ ହତ୍ୟାକାଣ୍ଡ ମାମଲାରେ ସହଦେବଖୁଣ୍ଟା ପୁଲିସ ୫ଜଣଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ ନେଇ ଯୋଜନା ବଦ୍ଧ ଭାଭେ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦୟଭାନୁ ମିଶ୍ର ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଅରଡ଼ବଜାର ଅଞ୍ଚଳର ଶେଖ ଉସୁବ, ଶେଖ ରମଜାନ, ଶେଖ ଲାଲା, ଶେଖ ଅମୀର ଓ ମାଜେଦା ବିବି । ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ପୋଲିସ ସୂଚନା ଅନୁସାରେ ଗତ ୧୮ ତାରିଖ ରାତିରେ ଗଳାପୋଲ ନିକଟ ରେଳ ଧାରଣା ପାଶ୍ୱର୍ରେ ରବି ସିଂ ଓରଫ ବାଇନ ମଦ ପିଉଥିବା ବେଳେ ଅଭିଯୁକ୍ତ ଶେଖ ଉସୁବ, ଶେଖ ରମଜାନ, ଶେଖ ଲାଲା, ଶେଖ ଅମୀର ତା ଉପରେ ଆକ୍ରମଣ କରିଥିଲେ । ଶେଖ ଉସୁବ ଧାରୁଆ ଛୁରୀରେ ରବିର ଛାତିରେ ଭୁସି ତାକୁ ରକ୍ତାକ୍ତ କରି ପକାଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣାରେ ମାଜେଦା ବିବି ସମସ୍ତ ଯୋଜନା ପ୍ରସ୍ତୁତ ସହ ସମସ୍ତଙ୍କୁ ଫେରାର କରି ଦଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର କହିଛନ୍ତି । ମାଜେବା ବିବିଙ୍କ ପରିବାର ସହ ମୃତକ ବାଇନର ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା ବେଳେ ଅନ୍ୟାନ୍ୟ ମାମଲାରେ ମାଜେବା ବିବି ଓ ଶେଖ ଉସୁବ ମଧ୍ୟ ଜେଲ ଯାଇଥିଲେ । ଛଅ ମାସ ପୂର୍ବରୁ ସେମାନେ ଜାମିନରେ ମୁକୁଳିବା ପରେ ଏହି ହତ୍ୟାକାଣ୍ଡ ପାଇଁ ସୁଯୋଗ ଖୋଜୁଥିଲେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ମୃତକ ରବିଙ୍କ ବଡ଼ ଭାଇ ମାଧ ସିଂଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ତ୍ୱରାନ୍ୱିତ ସହ ଦୁଇ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଟି ଡିଏସପି ଅମୂଲ୍ୟ କୁମାର ଧର ଓ ସହଦେବଖଣ୍ଟା ଥାନା ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ