ଗାଧୁଆ ଘରୁ ଯୁବତୀଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ତମ ପାଉଛି ।ଚାପଗ୍ରସ୍ତ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଏକ ଜଘନ୍ୟ ମୃତ୍ୟୁକୁ ଆପଣେଇ ସବୁଦିନ ପାଇଁ ଦୁନିଆଁରୁ ବିଦାୟ ନେଉଛନ୍ତି ।ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ସାକିଲାଡିହି ଗ୍ରାମରେ ଘଟିଯାଇଛି ।ସାକିଲାଡିହି ଗ୍ରାମର ସୁକାନ୍ତି ସିଂ ଙ୍କ ଝିଅ ସୋନାଲି ସିଂ ଆଜି ମଧ୍ୟାହ୍ନରେ ଗାଧୁଆ ଘରେ କବାଟ କିଳି ଶାଢ଼ୀ ଦ୍ବାରା ଆତ୍ମହତ୍ୟା କରିଥିଲେ ।ମା ସୁକାନ୍ତି ଡ୍ଯୁଟିରୁ ଆସି ଦେଖନ୍ତି ଝିଅ ଶୋଇବା ଘରେ ନାହିଁ । ଖୋଜାଖୋଜି ଜାଣିବାକୁ ପାଇଲେ ଝିଅ ଗାଧୁଆ ଘର କବାଟ ଭିତରୁ କିଳି ଦେଇଛି ।ସଙ୍ଗେ ସଂଙ୍ଗେ ଘରପାଖ ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି କବାଟ ଭାଙ୍ଗି ସୋନାଲିକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ ।ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।ତଦ ସହ ତଦନ୍ତ ଜାରି ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ