ଲଗାଣ ବର୍ଷାରେ କାନ୍ଥ ପଡି ମାଆ ଓ ୪ ମାସର ଶିଶୁ ଗୁରୁତର, ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଲେ

ମୋହନା, (ଅଂଶୁମାନ ପଣ୍ଡା):ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା କାନ୍ଥ । ମାଟି ତଳେ ଚାପି ହୋଇଥିବା ମାଆ ଓ ୪ ମାସର ଶିଶୁ ପୁତ୍ରକୁ ଉଦ୍ଧାର ଲରି ମେଡିକାଲରେ ଭର୍ତି କରିଛନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ଥାନା ବୁଲଡ଼ାପଙ୍କା ଗାଁରେ ଘଟିଛି ଏହି ଘଟଣା। ସ୍ୱାମୀ ଘାସ କାଟିବାକୁ ଯାଇଥିବା ବେଳେ ମାଆ ପନିତା ଶବର ତାଙ୍କ ୪ ମାସର ଶିଶୁକୁ ଧରି ଘରେ ଶୋଇ ଥିଲେ।। ଏହି ସମୟରେ ମାଟି କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡିଥିଲା ସ୍ଥାନୀୟ ଲୋକେ ଅନ୍ୟ ପଶ୍ୱରୁ କାନ୍ଥ ଭାଙ୍ଗି ଘରେ ପଶି ମାଟି କାଠ ତଳୁ ଉଦ୍ଧାର କରି ମା ଓ ଶିଶୁ କୁ । ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ମୋହନା ମେଡିକାଲ ଭର୍ତ୍ତି କରିଛନ୍ତି । ଶିଶୁ ଟିର ମୁଣ୍ଡ ରେ ମାଡ଼ ହୋଇଥିବା ବେଳେ ମା ର ମଧ୍ଯ ମୁଣ୍ଡ ଓ ହାତ ଗୋଡ ରେ ଆଘାତ ଲାଗିଛି ସେଇପରି ଉକ୍ତ ଗ୍ରାମ ରେ ଦୀନ ଦଳବେହେରା ଙ୍କ ରୋଷଇ ଘରେ ରାନ୍ଧିବା ବେଳେ କାନ୍ଥ ପଡ଼ିଯାଇଛି ଯାହା ଦ୍ୱାରା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ଜଣ|ଅନେକ ସ୍ଥାନ ରେ ଘର ଗୁଡିକ ରୁ ମାଟି ଖସିଛ କାନ୍ଥ ରୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ