ଗଜପତି ଜିଲ୍ଲା ଆଇନ ସେବା ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ରବିନାରାୟଣ ବେହେରା ଯୋଗଦେଇ ଦେଶରେ ବୃଦ୍ଧି ପାଉଥିବା ମାନବ ଚାଲାଣକୁ କିପରି ରୋକାଯାଇପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରିଥିଲେ ଏବଂ ଏହା ସହିତ ତୃଣମୂଳସ୍ତରରେ ସଚେତନତା କରିବା ପାଇଁ ପ୍ରାଧିକରଣ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ବରିଷ୍ଠ ଦେବାନୀ ଅଧିକାରୀ ଚନ୍ଦ୍ରହାଶ ବେହେରା, ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରିଣୀ ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଧିକାରିଣୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ଉପ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାଶ (ଏଚ୍ଆର୍ପିସି) ପ୍ରମୁଖ ଯୋଗଦେଇଥିଲେ । ଏହା ସହ ଆଇନଜୀବୀ ଓ ପାରା ଲିଗାଲ ଭଲ୍ୟୁଣ୍ଟରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ପରିଚାଳନା କରିଥିଲେ ।


