ଗୀତାଞ୍ଜଳି ଆୱାର୍ଡ଼ସର ଗ୍ରାହକ ଓ ବିତରକ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶାରେ ପୁରସ୍କାର ଏବଂ ଉପହାର ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ଭୁବନେଶ୍ୱରର ଗୀତାଞ୍ଜଳି ଆୱାର୍ଡ଼ସ ଆଜି ତାର ୧୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗ୍ରାହକ ଓ ବିତରକମାନଙ୍କ ସହିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଭୁବନେଶ୍ୱରର ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲଠାରେ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରେ କମ୍ପାନୀର ଗ୍ରାହକ ଏବଂ ବିତରକମାନଙ୍କ ସମ୍ମିଳନୀରେ କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଦେଶକ, ବୁଦ୍ଧପ୍ରକାଶ ମହାପାତ୍ର ଏବଂ କ୍ରିଷ୍ଣମୋହନ ଟାଟା ଉପସ୍ଥିତରହି ସମସ୍ତ ଗ୍ରାହକ ଏବଂ ବିତରକମାନଙ୍କୁ ଅଭ୍ୟର୍ଥନା କରି ସ୍ୱାଗତ ଜଣାଇବା ସହ ଉପଢୌକନ ପ୍ରଦାନ କରି ସମ୍ଭାଷଣ କରିଥିଲେ । ପ୍ରତ୍ୟୁତ୍ତରରେ ଗ୍ରାହକ ଏବଂ ବିତରକମାନେ ଗୀତାଞ୍ଜଳି ଆୱାର୍ଡ଼ସ ସହ ସେମାନଙ୍କର ସ୍ମରଣୀୟ ମୁହୂର୍ତ୍ତକୁ ବର୍ଣ୍ଣନା କରି ୧୫ ବର୍ଷ ମଧ୍ୟରେ ଓଡ଼ିଶାରେ ଜନ୍ମ ନେଇଥିବା ଏକ ଛୋଟ କମ୍ପାନୀ ଆଜି ସାରା ଭାରତରେ ଟ୍ରଫି, ଗିଫ୍ଟ, ମେମୋଣ୍ଟୋ ଏବଂ ପୁରସ୍କାର ଫଳକମାନ ପ୍ରସ୍ତୁତ କରି ବିତରଣ କରିବା ସହ ଅଗ୍ରଣୀ ଭୂମିକା ଗ୍ରହଣ କରିବାରେ ସକ୍ଷମ ହୋଇପାରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ‘ଗୀତାଞ୍ଜଳି ଆୱାର୍ଡ଼ସ୍’ର ଆକ୍ରିଲିକ ଏବଂ ଅନ୍ୟାନ୍ୟ ମନଲୋଭା ତଥା ସୁନ୍ଦର ଗିଫ୍ଟ, ଟ୍ôରଫି, ମେମେଣେ୍ଯା ଏବଂ ପୁରସ୍କାର ଫଳକ ଇତ୍ୟାଦି ତାହାର ଭୁବନେଶ୍ୱର ଏବଂ ହାଇଦ୍ରାବାଦସ୍ଥିତ ବନ୍ଜାରାହିଲ୍ସ କାରଖାନାରୁ ପ୍ରସ୍ତୁତ କରାଯାଇ ଭାରତର ବିଭିନ୍ନ କର୍ପୋରେଟ ହାଉସ, ସରକାରୀ କାର୍ଯ୍ୟାଳୟ, ପୋଲିସ୍ କମିଶନରେଟ, କମ୍ପାନୀ, ସାଂସ୍କୃତିକ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଦ୍ୟାଳାୟମାନଙ୍କୁ ଯୋଗାଇ ଦିଆଯାଉଥିବା ବେଳେ ଗ୍ରାହକମାନଙ୍କର ମନ ମୁତାବକ ଟ୍ରଫି ଓ ଗିଫ୍ଟ ପ୍ରସ୍ତୁତକର୍ତ୍ତା ଭାବେ ସମସ୍ତଙ୍କ ନିକଟରେ ପରିଚିତ । ୧୫ ବର୍ଷ ମଧ୍ୟରେ କମ୍ପାନୀ ତାର ନିଜସ୍ୱ ଶୈଳୀରେ ବିଭିନ୍ନ କିସମର ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ପୁରସ୍କାରର ଫଳକ ପ୍ରସ୍ତୁତ କରି ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ହୋଇଥିବା ବେଳେ ମୋନନଙ୍କର ହୃଦୟ ଜୟ କରିପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ