ହ୍ୱାଟ୍ସ୍ଆପ୍ ମେସେଜ୍ରେ ବଢୁଛି ଶର୍ଟଫର୍ମର ବ୍ୟବହାର
ଆଜିକାଲି ହ୍ୱାଟ୍ସ୍ଆପ୍ର ବହୁଳ ବ୍ୟବହାର କରାଯାଉଛି । ଏଥିରେ ଇଂରାଜୀ ହେଉ କି ହିନ୍ଦୀ, ସବୁଥିରେ ଶର୍ଟଫର୍ମ ବ୍ୟବହାର କରାଯାଇ ମେସେଜ୍ ପଠାଯାଉଛି । ଯଦି କିଛି ମଜାଳିଆ କଥା କୁହାଯାଏ ତେବେ ପାଟିରୁ ସ୍ୱତଃ ପ୍ରବୃତ୍ତ ଭାବେ ଏଲ୍ଓଏଲ୍ ବାହାରିପଡ଼େ । ସେମିତି ଆଉ କିଛି ଶବ୍ଦ ରହିଛି ଯାହାକୁ ଆମେ ଶର୍ଟରେ ବ୍ୟବହାର କରିଥାଉ । ଜାଣନ୍ତୁ ଏ ସମ୍ପର୍କରେ । ଏଇ ଯେମିତି ବିଏଫ୍ଏଫ୍ ଅର୍ଥାତ ବେଷ୍ଟ୍ ଫ୍ରେଣ୍ଡ୍ ଫର୍ଏଭର୍ । ସେହିପରି ଟିଟିୱାଇଏଲ୍ : ଟକ୍ ଟୁ ୟୁ ଲ୍ୟାଟର୍, ଓଏମ୍ଜି : ଓଃ ମାଇଁ ଗଡ୍, ଏଲ୍ଓଏଲ୍ : ଲାଫିଙ୍ଗ୍ ଆଉଟ୍ ଲାଉଡ୍, ଆର୍ଓଟିଏଫ୍ଏଲ୍ :ରୋଲିଂ ଅନ୍ ଦି ଫ୍ଲୋର୍ ଲାଫିଂ, ଏଫ୍ଓ’ ଏସ୍ଏଚ୍ଓ’ : ଫର୍ ସିୟୋର୍ ଇତ୍ୟାଦି । ସେହିପରି କିଛି ଇମୋଜି ରହିଛି ଯାହାକୁ ଆମେ ପ୍ରେମ, ବିଚ୍ଛେଦ, ହସ, ଦୁଃଖ, କାନ୍ଦ, ରାଗରେ ବ୍ୟବହାର କରିଥାଉ ।


