ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରେ ସାମାଜିକ ସ୍ୱଛତା ଅଭିଯାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରେ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାମାଜିକ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ର ଡିଜିଟାଲ ସେକ୍ରେଟାରୀ ଏମ. ମିଶାଳ, ବ୍ଲକ ବିଜୁ ଛାତ୍ର ସଭାପତି ପ୍ରମିଶ ଦିଗାଲ, ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ର ଛାତ୍ର ସଭାପତି କାନ୍ହୁ ଚରଣ ନାୟକ , ଗୁଟିଙ୍ଗିଆ ପଞ୍ଚାୟତ ଦୁଇ ନମ୍ବର ୱାର୍ଡ ର ୱାର୍ଡମେମ୍ବର ଓ ଗୁଟିଙ୍ଗିଆ ଗ୍ରାମ ର ଗ୍ରାମ ବାସୀମାନେ ମିଶି ଗୁଟିଙ୍ଗିଆ ଠାରେ ବିଭିନ୍ନ ୱାର୍ଡ ରେ ସ୍ୱଛତା କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ସ୍ୱଛତା ବାର୍ତ୍ତା ପ୍ରଦାନ କରିଛନ୍ତି | ବିଜୁ ଛାତ୍ର ଜନତା ଦଳ ର ଏହି କାର୍ଯ୍ୟକ୍ରମ କୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ