ରୟାଲ ଚିକେନ୍ ସେଣ୍ଟର ର ଶୁଭ ଉଦଘାଟନ କରି ସମାଜରେ ଉଦାହରଣର ବାର୍ତ୍ତା ଦେଲେ ଯୁବକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ର ନିକଟରେ ଦଶରଥ ସିଂନାମକ ଜୈନକ ବ୍ୟକ୍ତି ନୂତନ ଭାବେ ରୟାଲ ଚିକେନ୍ ସେଣ୍ଟର ଶୁଭାରମ୍ଭ କରିଛନ୍ତି। ବ୍ରାହ୍ମଣୀଗାଁ କ୍ୟାଥଲିକ ଚର୍ଚ୍ଚର ମୁଖ୍ୟଯାଜକ ରବି ସଭାସୁନ୍ଦର, ପ୍ରାର୍ଥନା କରି ଦୀପ ପ୍ରଜ୍ଵଳନ କରିଏହି ରୟାଲ ଚିକେନ୍ ସେଣ୍ଟର ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ ଉପାଦକ୍ଷ ରମାକାନ୍ତ ବଳିଆରସିଂ, ଦାରିଙ୍ଗବାଡି ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ, ଦାରିଙ୍ଗବାଡି ବ୍ଲକ ମାନବ ଅଧିକାର ଫୋରମ ସଂଯୋଜକ ବିକ୍ରମାଦିତ୍ୟ ବସ୍ତିରାୟ, କ୍ୟାଥଲିକ ଗ୍ରାମ୍ୟ କମିଟି ସଭାପତି ମାରିଆନ ସିଂ, ସମ୍ପଦକ ପ୍ରଶାନ୍ତ ନାୟକ, ଦିବ୍ୟ ସଭାସୁନ୍ଦର, ଥମାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି ଦଶରଥ ସିଂ ଦୀର୍ଘ ବର୍ଷ ଧରି ଗୋଆ ସ୍ଥିତ ପଞ୍ଚ ତାରକା ହୋଟେଲରେ କାମକରି ଆସୁଥିଲେ। କରୋନା ସମୟରେ ନିଜ ଗ୍ରାମ ବ୍ରାହ୍ମଣୀଗାଁ ଫେରିଆସି, ନିଜେ ସ୍ୱାବଲମ୍ବୀ ହେବାର ମନସ୍ତ କରି ଗୋଆକୁ ଆଉ ଫେରିନ ଯାଇ ରୟାଲ ଚିକେନ୍ ସେଣ୍ଟର ଆରମ୍ଭ କରିଛନ୍ତି। ଚିକେନ୍ ସେଣ୍ଟରରେ ସହଯୋଗ କରିବା ପାଇଁ ୩ଜଣଙ୍କୁ ମଧ୍ୟ ନିଯୁକ୍ତି କରିଛନ୍ତି। ପରିଷ୍କାର ପରିଛନ୍ନତା ସହିତ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ପସନ୍ଦ ମୁତାବକ ଚିକେନ୍ ଯୋଗାଇ ଦେବାର ନିଷ୍ପତି ନେଇଥିବା ସେ ପ୍ରକାଶ କରିଛନ୍ତି। ରୟାଲ ଚିକେନ୍ ସେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ମିଠା ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ