ଗୁମ୍ମା ଠାରୁ ସେରଙ୍ଗ ଯିବା ଘାଟି ଉପରେ ଦୁର୍ଘଟଣା,ଅଳ୍ପକେ ବର୍ତୀଲା ସିମେଣ୍ଟ ବୋଝେଇ ଗାଡ଼ି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଠାରୁ ସେରଙ୍ଗ ଯିବା ରୋଙ୍ଗୁଲି ଘାଟିରେ ସକାଳ ୮ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ମାଲବାହୀ ଗାଡ଼ି ଏପି ୩୧ଟିଡ଼ି ୪୯୭୭ ଗାଟି ଉପରେ ବେରିଙ୍ଗ ଭାଙ୍ଗିଯିବା ଯୋଗୁଁ ଘାଟି ଉପରରୁ ତଳକୁ ଖସି ଯାଇଥିଲା।ଗାଡ଼ିରେ ୫୪୦ ସିମେଣ୍ଟ ବସ୍ତା ଥିବା ବେଳେ ଗାଡ଼ିଟି ପଡ଼ୋଶୀ ରାଜ୍ୟ ଭିସାକାପାଟନାମ ଠାରୁ ତିଡ଼ାସିଙ୍ଗ ଯାଉଥିଲା। ଗାଡ଼ିର ବେରିଙ୍ଗ ଭାଙ୍ଗିବା ପରେ ଗାଡ଼ି ଗାଟି ଉପରେ ଅଟିକି ରହିଥିଲା। ଫଳରେ ଅନେକ ବଡ଼ ବଡ଼ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି।ଗାଡିଟି ଗାଟି ଉପରୁ ତଳକୁ ଖସିଥିଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ବର୍ତୀଯାଇଛି।ଡ୍ରାଇଭର ସାହାସିକତା ଯୋଗୁଁ ଗାଡ଼ି ଦୁର୍ଘଟଣାରୁ ରକ୍ଷା ପାଇଥିବା ଜଣାପଡିଛି।ସିମେଣ୍ଟ ବୋଝେଇ ଗାଡ଼ିରୁ ସିମେଣ୍ଟ ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତର କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।


