ଗୁରୁଦିବସ ରେ ସମ୍ବର୍ଦ୍ଧନା ଉତ୍ସବ ଓ ରକ୍ତ ଦାନ ଶିବିର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ପ୍ରେସକ୍ଲବ୍ ଓ ନିରାଶ୍ରୟ ସେବାଶ୍ରମ ପକ୍ଷରୁ ତୁଳସୀପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁ ଦିବସ ଅବସର ରେ ଏକ ରକ୍ତଦାନ ଶିବିର ଓ ଜୟ ଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିର କୁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିଲେ ।ଏହି ଶିବିର ରେ ପଚାଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ପରେ ପ୍ରେସ କ୍ଲବ୍ ପକ୍ଷରୁ ଗୁରୁପୁଜନ,ମେଧାବୃତ୍ତି ,କଳାକାର ଓ ଲୋକପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା ।ମନ୍ତ୍ରୀ ଶ୍ରୀ ଦାଶ ପ୍ରଦୀପ ଜାଳି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପଟ୍ଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଉତ୍ସବ ଆରମ୍ଭ କରିଥିଲେ । ପ୍ରେସକ୍ଲବ ର ସଭାପତି ପ୍ରଫୁଲ୍ଲ କର ସଭାପତିତ୍ବ କରିଥିବାବେଳେ ଉପଦେଷ୍ଟା ଡଃ. ସନ୍ତୋଷ ମିତ୍ର ଉତ୍ସବ କୁ ପରିଚାଳନା କରିଥିଲେ। ପ୍ରେସ କ୍ଲବ୍ ସମ୍ପାଦକ ବସନ୍ତ ଦାସ ଆଜିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଦାଶ ୭ଜଣ ଅବସର ପ୍ରାପ୍ତ ଶିକ୍ଷକ ,୨ଜଣ ଜିଲ୍ଲା ପରିଷଦ ସଭ୍ୟ ,ଜଣେ ବରିଷ୍ଠ ହୋମ ଗାର୍ଡ ,୧୯ଜଣ କୃତୀ ଛାତ୍ର, ଛାତ୍ରୀ ୧୧ ଜଣ କଳାକାର,୪ ଜଣ ସମାଜସେବୀ , ୬ ଜଣ ସେବା ସମବାୟ ସମିତି ସଭାପତି ,୧୬ଜଣ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ମାନଙ୍କୁ ମାନପତ୍ର ଓ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଶଙ୍କର ଭୋଇ, ପ୍ରଦୀପ୍ତ ଖଟୋଇ ,ଚନ୍ଦ୍ରକାନ୍ତ ଦଳାଇ, ଗୋପୀନାଥ କର ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରେସ କ୍ଲବ୍ ର ସମସ୍ତ ସଭ୍ୟ /ସଭ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ