ଗୁହାରି ଶୁଣିଲାନି ଜଳ ବିଭାଗ, ଶେଷରେ କେନାଲ ମରାମତି କଲେ ଚାଷୀ

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଶ୍ରୀଶ୍ରୀ ରାମେଶ୍ୱର ମହାଦେବ ପୀଠ ପାଦ ଦେଶରେ ଅବସ୍ଥିତ ସର୍ବପୁରାତନ ଲଙ୍କାଗଡ ଜଳ ଭଣ୍ଡାର ମରାମତି ଅଭାବରୁ ଧ୍ୱଂସାଭିମୁଖୀ ଆଡ଼କୁ ଗତି କରୁଛି। ୨୩ଏପ୍ରିଲ ୧୯୭୩ ମସିହା ରେ ତତ୍କାଳୀନ ମହାମହିମ ରାଜ୍ୟପାଳ ବି.ଡି.ଜତି ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଉକ୍ତ ପ୍ରକଳ୍ପ । ହଜାର ହଜାର ଏକର ଚାଷ ଜମିରେ ଜଳ ସେଚିତ ହୋଇ ଚାଷୀ ମନେ ଉପକୃତ ହେଉଛନ୍ତି, କିନ୍ତୁ ସଠିକ ମରାମତି ଅଭାବରୁ ମୁଖ୍ୟ ଜଳଭଣ୍ଡାରରେ ଫାଟ ସୃଷ୍ଟି ହେବା, କେନାଲ ଭାଙ୍ଗି ଯିବା ଯୋଗୁଁ ଜଳ ସଠିକ ନିଷ୍କାସନ ନ ହୋଇ ପାଣି ଜମିରେ ପହଂଚିବା ପୂର୍ବରୁ ହୁଡା ଭାଙ୍ଗି ନଷ୍ଟ ହେଉଛି। ଚାଷୀ ମାନେ ବାରମ୍ବାର କାର୍ଯ୍ୟଳୟ କୁ ଯାଇ କେନାଲ ଓ ପ୍ରକଳ୍ପ କୁ ମରାମତି କରିବା ପାଇଁ ଅଭିଯୋଗ ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ଚାଷୀ ମାନେ ନିଜେ ହାତରୁ ଟଙ୍କା ଖର୍ଚ କରି ଓ ନିଜେ ପରିଶ୍ରମ କରି କେନାଲ ମରାମତି କାର୍ଯ୍ୟ କରୁଛନ୍ତି। ରବୀନ୍ଦ୍ର ନାୟକ, ବେଣୁଧର ପଣ୍ଡା,ପ୍ରଶାନ୍ତ ସେଠୀ, ଶରତ ନାଇକ,ଦିଲ୍ଲୀପ କୁମାର ନାୟକ ସମେତେ ବହୁ ଚାଷୀ ନିଜେ କେନାଲ ମରାମତି କରୁଥିବାରୁ ସାଧାରଣରେ ପ୍ରଶଂସା ଭାଜନ ହୋଇଛନ୍ତି। ବିଭାଗ ତରଫରୁ ପ୍ରକଳ୍ପ ,ଗେଟ,କେନାଲ, ଓ ରାସ୍ତା ର ମରାମତି କରିବା ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ