ଗୋଛାପଡା ଥାନା ପୋଲିସ ଜବତକଲା ୫୧ କିଗ୍ରା ଗଞ୍ଜେଇ,ସହ ବୋଲେରୋ
କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):ଆଜି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଏକ ବୋଲେରୋରୁ ୫୧ କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏହି ଘଟଣାର ଅଭିଯୁକ୍ତ ଗାଡିର ଡ୍ରାଇଭରକୁ ମଧ୍ୟ ଗିରଫ କରିଛି । ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ବୋଲେରୋ (ଓଡି-୦୫ ବି-୧୧୧୨)କୁ ମଧ୍ୟ ଜବତ କରିଛି ପୋଲିସ । ସୁଚନା ଅନୁସାରେ କୌଣସି ସୁତ୍ରରୁ ଏହି ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗୋଛାପଡା ଥାନା ପୋଲିସ ସେହି ଗାଡିକୁ ତଲାସି କରିଥିଲା । ସେଥିରୁ ଗଞ୍ଜେଇ ବାହାରିବା ସହିତ ସେଠାରୁ ଗାଡିର ଡ୍ରାଇଭର ଗୋଛାପଡା ଥାନା ଅଂଚଳର ମାଟିଘାଟି ଗ୍ରାମର ନିରାକାର ବେହେରା(୪୫)କୁ ଗିରଫ କରିଛି ପୋଲିସ । ଏହି ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ୫୪/୨୦୨୦ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକଙ୍କ ସୁତ୍ରରୁ ଜଣାପଡିଛି ।


