ମା’ସିଦ୍ଧିଦାତ୍ରୀଙ୍କ କୁଷ୍ମାଣ୍ଡା ବେଶ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ବ୍ଳକ ଅନ୍ତର୍ଗତ ସରାମ୍ବୋସ୍ଥିତ ମା’ସିଦ୍ଧିଦାତ୍ରୀ ସର୍ବ ମଙ୍ଗଳପୀଠରେ ଶାରଦୀୟ ପାର୍ବଣର ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ସିଦ୍ଧିଦାତ୍ରୀ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଶନିବାର ପାର୍ବଣର ଏଗାର ଦିନ ଓ ନବରାତ୍ର ପୂଜାର ୪ର୍ଥ ଦିବସରେ ମା’ଙ୍କୁ କୁଷ୍ମାଣ୍ଡା ବେଶରେ ସୁସଜ୍ଜିତ କରାଯାଇଛି । ଏହି ବେଶକୁ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ବେଳେ ସଂପାଦକ ଅକ୍ଷୟ କୁମାର ମିଶ୍ର ଓ ଅନ୍ୟଶ୍ରଦ୍ଧାଳୁ ମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ