ଗୋପ ବିଡିଓ ଙ୍କୁ ଘେରିଲେ ଛାତ୍ର ଛାତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ବିଡ଼ିଓ ଙ୍କୁ ବନାଖଣ୍ଡି ପଞ୍ଚାୟତ ଯନ୍ତନା ବାଲିସାହି ର ସ୍କୁଲ ପିଲା ଓ ଗ୍ରାମବାସୀ ଘେରାଉ କରିଥିଲେ। ପରେ ସମସ୍ତେ ବ୍ଲକ ର ମୁଖ୍ୟ ଫାଟକ ସମ୍ମୁଖୀନ ଧାରଣା ଦେଇଥିଲେ । ବନାଖଣ୍ଡି ପଞ୍ଚାୟତ ର ଯନ୍ତନା ବାଲିସାହି ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କ ଯାତାୟାତ ପାଇଁ ଏକ ପକ୍କା ରାସ୍ତା ନ ଥିବାରୁ ଗୋପ ବିଡିଓ ଙ୍କ ବାରମ୍ବାର ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ମାନେ ଜିଲ୍ଲାପାଳ ପୁରୀ ଙ୍କୁ ଜଣାଇଥିଲେ ।ଜିଲ୍ଲାପାଳ ଗୋପ ବ୍ଲକ ବିଡିଓ ଙ୍କୁ ନିର୍ଦେଶ ଦେବା ସତ୍ତ୍ୱେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରିବର୍ତ୍ତେ ଅଧାରୁ ରାସ୍ତା କାର୍ଯ୍ୟ ବନ୍ଦ ରହିଛି ।ଏଣୁ ଗ୍ରାମବାସୀ ଓ ସ୍କୁଲ ପିଲାମାନେ ଆଜି ବାଧ୍ୟ୍ୟ ହୋଇ ଗୋପ ବ୍ଲକ କାର୍ଯ୍ୟାଳୟ କୁ ଆସି ବିଡ଼ିଓ ଦିପ୍ତୀରାଣୀ ଦାସ ଙ୍କୁ ଘେରାଉ କରିବା ସହିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ ।ଆନ୍ଦୋଳନ କାରୀଙ୍କ ଦାବୀ ରାସ୍ତା କାର୍ଯ୍ୟ ତୁରନ୍ତ ନିର୍ମାଣ ଶେଷ କରାଯାଉ ନଚେତ ଆନ୍ଦୋଳନ କ୍ରମଶଃ ତୀବ୍ରତର ହେଵ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ଛାତ୍ର ଛାତ୍ରୀ ଙ୍କ ଏହି ଆନ୍ଦୋଳନ କୁ ବନାଖଣ୍ଡି ସରପଞ୍ଚ ଓ ଅନ୍ୟାନ୍ୟ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ସମର୍ଥନ ଜଣାଇଥିଲେ।ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣା ରୁ ଓହରିବେ ନାହିଁ ବୋଲି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି।


