ଗୋବରୀ ନଦୀରେ ଦଳ ଭର୍ତ୍ତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହର ମଧ୍ୟ ଦେଇ ପ୍ରବାହିତ ଗୋବରୀ ନଦୀରେ ପ୍ରବଳ ଦଳ ଭର୍ତ୍ତି ହୋଇଯାଇଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋବରୀ ନଦୀରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀମାନେ ସେମାନଙ୍କ ଦୈନନ୍ଦିନର କାର୍ଯ୍ୟ ଗାଧୋଇବା, ଲୁଗା ସଫାକରିବା ପ୍ରଭୃତି କରିଥାନ୍ତି । ଏଥି ସହିତ ଗାଇ, ଗୋରୁ, ମଇଁଷି, ଛେଳି, ମେଣ୍ଡା ପ୍ରଭୃତି ପଶୁମାନେ ଏହି ନଦୀରୁ ପାଣି ପିଇଥାନ୍ତି । ନଦୀରେ ସଂପୂର୍ଣ୍ଣ ଦଳ ଭର୍ତ୍ତି ହୋଇ ରହିଥିବାରୁ ସେହି ଦଳ ମଧ୍ୟରେ ବିଷାକ୍ତ ସାପ ରହିଥିବା ଭୟରେ ସ୍ଥାନୀୟ ଲୋକମାନେ ନଦୀରେ ପ୍ରବେଶ କରିପାରୁ ନାହାଁନ୍ତି । ଏଣୁ ଏଭଳି ପରିସ୍ଥିତିରେ ଗୋବରୀ ନଦୀରୁ ତୁରନ୍ତ ଏହି ଦଳ ଗୁଡିକୁ ସଫା କରିବା ପାଇଁ ସାଧାରଣରେ ଦାବି ହୋଇଛି ।


