ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୂଦନ କାମିଲା ବୈଠକରେ ସଭାପତିତ୍ୱ କରିଥିବା ବେଳେ ଉପାଧ୍ୟକ୍ଷ ତଥା ଇତିହାସ ବିଭାଗର ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡା ତଥା ଓଡିଶାର ସମାଜସେବୀ ଗୁରୁ ବିରଜା ପ୍ରସାଦ ପତି ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାଣଘାତୀ ତମାଖୁ ଓ ଏହାକୁ ବର୍ଜନ ତଥା ଏଥିରୁ କିଭଳି ଯୁବପିଢି ବଂଚିତ ରହିବେ ଏହି ଉପଲକ୍ଷେ ତାଙ୍କର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାନ୍ଧ୍ୟ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ବାଳକ ଓ ବାଳିକା ସ୍ୱେଚ୍ଚାସେବୀମାନେ ଯୋଗଦାନ କରିବା ସହିତ ତମାଖୁ ଓ ଏହାର କୁପରିଣାମ ଉପରେ ବହୁମୂଲ୍ୟ ପ୍ରଶ୍ନ ରଖିଥିଲେ । ଏଥିରେ ଏନ୍.ଏସ୍.ଏସ୍. ବାଳକ ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ସଭା ପରିଚାଳନା କରିବା ସହିତ ବାଳିକା ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଗିରିଜାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


