ଯଦୁପୁର ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନିତି ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଯଦୁପୁର ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନିତି ହୋଇଥିବା ନେଇ କେତେକ ସଭ୍ୟ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସଭାପତି, ସମ୍ପାଦକ ଏବଂ ବର୍ତ୍ତମାନର କାର୍ଯ୍ୟକାରୀ ସମ୍ପାଦକଙ୍କ ସହଯୋଗରେ ବ୍ୟାପକ ଦୁର୍ନିତି କରିଥିବା ନେଇ ଅଭିଯୋଗ ହୋଇଛି । ଗତ ୨୦୧୮ ମସିହାରେ ଅଧିକାଂଶ ସଭ୍ୟଙ୍କର ଅଗୋଚରରେ ସେମାନଙ୍କ ନାମରେ ଜେଏଲଜି ଋଣ ଆତ୍ମସାତ କରିଥିବା ନେଇ ଚଳିତ ମାସ ୧୦ ତାରିଖରେ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥି ସହିତ ଏବେ ସମବାୟ ସମିତିର ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଯାଇଥିବାରୁ ଭୋଟର ତାଲିକାରେ ମଧ୍ୟ ବ୍ୟାପକ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାର ଆବଶ୍ୟକ ତଦନ୍ତ କରାଯିବା ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଅଧିର ଦାସ, ସୁକାନ୍ତ ବେହେରା, ସମୀର ସାହୁ, ବିକ୍ରମ ନାଥ, ରବିନ୍ଦ୍ର ସାହୁ, ବିଶ୍ୱ ରଞ୍ଜନ ଓଝା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ