ଗୋରୁ ବେପାରୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର 

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଦିନକୁ ଦିନ ଲୁଟେରା ମାନେ ଟଙ୍କା ଲୁଟ୍ କରି ଫେରାର ହେବା ନିତିଦିନିଆ ଘଟଣା ଘଟିବାରୁ ଲୋକଙ୍କ ର କକୁଆ ଭୟ ସୃଷ୍ଟି ହୋଇଯାଇଛି । ଚଳିତ ମାସ ରାଇରଙ୍ଗପୁର ସିଭିଲ୍ କୋର୍ଟ ସମୁଖରୁ ୪୦ହଜାର ଟଙ୍କା ଲୁଟ୍ , ଗତକାଲି ବହଳଦା ବଜାର ନିକଟ ରୁ ୩୦ ହଜାରଟଙ୍କା ଲୁଟ୍ କରି ଲୁଟେରା ଫେରାର ହେବା ଘଟଣା ମନରୁ ନ ଲିଭିବା ଆଗରୁ ଆଜି ଦୁଇଟା ସମୟରେ ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ର ଗୋରୁ ବେପାରୀ ମୟୁରଭଞ୍ଜ ଜିଲ୍ଲା ର ସାରସକଣା ହାଟୁରୁ ଫେରୁଥିବା ବେଳେ ଝାରପୋଖରିଆ ଥାନା ଓ ଗୋରୁମହିଷାଣୀ ଥାନା ମଧ୍ୟ ରେ ଥିବା ଦୋକାଟି ଜଙ୍ଗଲ ର କାଲୁପଟା ନିକଟରେ ପୂର୍ବରୁ ଦୁର୍ବୃତ୍ତ ଛପିକି ରହିଥିଲେ । ଉକ୍ତ ସ୍ଥାଟି ଜଗଂଲ ର ମଧ୍ୟ ଭାଗ ଡାଉନ ଠାରେ ବେପାରୀଙ୍କ ବାଇକ୍ ସ୍ଲୋଲ ହୋଇଯିବାରୁ ଏଣେ ତେଣେ ଛପି ରହିଥିଲା ଲୁଟେରା ବନ୍ଧୁକ ଓ ଧାରୂଆ ଅସ୍ତ୍ର ରେ ଆକ୍ରମଣ କରି ୨ ଲକ୍ଷ ରୁ ୩ ଲକ୍ଷ ଟଙ୍କା ଓ ଏକ ବାଇକ୍ ନେଇ ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳ ଆଡକୁ ଫେରାର ହୋଇଯାଇଥିଲେ । ସୂଚନା ଥାଉକି ଲୁଟେରା ମାନେ ହିନ୍ଦୀ ଭାଷା କଥାବାର୍ତ୍ତା ହେଉଥିବା ଜାଣିବାକୁ ମିଳିଥିଲା । ଘଟଣାଟି ପ୍ରାୟ ଦୁଇଟା ସମୟରେ ହୋଇଥିଲା । କୌଣସି ଯୋଗାଯୋଗ ନ ହେବାରୁ ଉକ୍ତ ସ୍ଥାନରେ ୪ ଟା ପର୍ଯ୍ୟନ୍ତ ଗୁରୁତର ଅବସ୍ଥାରେ ସେମିତି ପଡିରହିଥିଲେ । କାରଣ ସେହି ସ୍ଥାନଟି ନିମ୍ନ ଗାମୀ ଜଗଂଲ ଥିବାରୁ ମୋବାଇଲ୍ ଟାୱାର ଲାଗେ ନାହିଁ । କୌଣସି ପ୍ରକାର ରେ ଘରକୁ ଖବର ଦେବାରୁ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ଗୋରୁମହିଷାଣୀ ଡାକ୍ତରଖାନା ରେ ଚିକିତ୍ସା ପରେ ରାଇରଙ୍ଗପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ହେଲେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମବଣୀ ଗାଁ ର ପ୍ରଦୀପ ମୁଣ୍ଡା ଓ ସୁବଧ ବିନ୍ଦାଣି । ଗୁହାଳଡାଙ୍ଗ୍ରି ର ମହୋନ ଗିରି । ଏହି ତିନି ଜଣଙ୍କ ର କାହାର ବେକ୍ ପାଖ କାନ୍ଧ ଆଘାତ କରିଥିଲେ କାହାର ପିଠି ମଛିରେ ଛୁରା ମାଡ ହୋଇଛି ଆଉ ଜଣକର ହାତ ପିଠି ବେକ ମୁଣ୍ଡା ଛାତିରେ ଆଘାତ କରି ଦୁର୍ବୃତ୍ତ ଫେରା ହୋଇଥିଲେ । ଏ ନେଇ ଗୋରୁମହିଷାଣୀ ଥାନା ଓ ଝାରପୋଖରିଆ ଥାନାକୁ ସୂଚନା ଦିଆଯାଇଛି ବୋଲି ଗୁରୁତର ପରିବାର ଲୋକେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ