ବହଳଦା ବ୍ଲକ ବିଜେଡି ଆନୁକୁଲ୍ୟରେ ୮୯ ୟୁନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ବିଜେଡି ଆନୁକୁଲ୍ୟରେ ‘ଓଡିଶା ମୋ ପରିବାର ‘ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଝରାଡିହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୮୯ ୟୂନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି,ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଜେଡି ବିଧାୟକ ରାଜକିଶୋର ଦାସ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ମୟୂରଭଂଜ ୧- ବିଜୁ ଯୁବ ଜନତା ସଭାପତି ଅରୁଣ ବରାଡ, ମୟୂରଭଂଜ ୨-ବିଜେଡି ସଦର ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ବିଜେଡି ରାଜ୍ୟ ସଂପାଦକ ଚକ୍ରଧର ହେମ୍ବ୍ରମ, ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା, ପୂର୍ବତନ ବିଧାୟକ ଖେଲାରାମ ମାହାଲି, ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି, ମୁଖପାତ୍ର ରତିକାନ୍ତ ପରୀକ୍ଷା, ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ, ବହଳଦା ବ୍ଳକ ଅଧ୍ୟକ୍ଷ ଦୁଃଖୀ ହେମ୍ବ୍ରମ,ତିରିଂ ବ୍ଳକ ଅଧ୍ୟକ୍ଷା ଜେମାମଣି ଭୁଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୮୯ ଜଣ ରକ୍ତଦାତା ‘ରକ୍ତଦାନ ମହତ କାମ’ ରକ୍ତଦାନ କରି ନିଜକୁ ସମାଜ ସେବା ସ୍ରୋତରେ ସାମିଲ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେଡି ନେତା ସଚିନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଲାଲ ମୋହନ ବାରିକ,ବିକ୍ରମ ହାଁସଦା, ସୁଧାଂଶୁ ବେହେରା,ଘାସିରାମ, ଗୋବିନ୍ଦ,ଧନୁ ହାଁସଦା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ