ଗ୍ରାମରେ ଥଇଥାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଶଶି 

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମରେ ସହ ପରିବାର ଧରି ନିଜ ବାସ ଗୃହରେ ରହିବା ସକାଶେ ସୋମବାର ଗ୍ରାମ ବାହାରେ ରହୁଥିବା ଶଶି ତରେଇ ଓ ତାଙ୍କ ପରିବାରର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଗ୍ରାମରେ ଏକ ରାସ୍ତା କାମକୁ ନେଇ ଗତ କିଛି ମାସ ତଳେ କିଛି ବ୍ୟକ୍ତି ମାନେ ଶଶିଙ୍କ ପରିବାର ସହ ଗଣ୍ଡଗୋଳ କରିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଗଞ୍ଜାମ ଥାନା ପୋଲିସ୍ ର ଦ୍ୱାରସ୍ଥ ହେବା ପରେ ସେମାନଙ୍କୁ ଉଚିତ ନ୍ୟାୟ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ପରିବାରକୁ ଗ୍ରାମରେ ସୁରକ୍ଷା ଦେବା ସହ ଥଇଥାନ କରିବା ନେଇ ଶଶି ଓ ତାଙ୍କ ପରିବାର ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ