ଗ୍ରାମାଞ୍ଚଳରେ ଖୋଲିପାରିବ ଦୋକାନ
ଭୁବନେଶ୍ୱର : କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବ ନାହିଁ ? କେଉଁଠି ଖୋଲିବ, କେଉଁଠି ଖୋଲିବ ନାହିଁ ? ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ଏହାକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳରେ ଦୋକାନ ଖୋଲିପାରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଗ୍ରାମାଞ୍ଚଳରେ ଥିବା ସପିଂ ମଲ କିନ୍ତୁ ବନ୍ଦ ରହିବ । ସେହିପରି ସହରାଂଚଳରେ ମାର୍କେଟ କଂପ୍ଲେକ୍ସ ଓ ସପିଂ ମଲ ଖୋଲିପାରିବ ନାହିଁ । ମାର୍କେଟ କଂପ୍ଲେକ୍ସ ଓ ସପିଂ ମଲକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ଖୋଲିପାରିବ । ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡ଼ିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ । ତେବେ ଗାଁ ହେଉକି ସହର ମଦ ବିକ୍ରି ଉପରେ କିନ୍ତୁ ପୂର୍ବଭଳି କଟକଣା ଜାରି ରହିବ । ହଟସ୍ପଟ କିମ୍ବା କଂଟେନମେଂଟ ଜୋନରେ କୌଣସି ଦୋକାନ ଖୋଲିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।


