ଗ୍ୟାସ୍ ଲାଇନ୍ ବିସ୍ଫୋରଣରେ ୭ଜଣ ମୃତ; ୧୦ଜଣ ଆହତ

ଢାକା: ବାଂଲାଦେଶ ଅନ୍ତର୍ଗତ ଦକ୍ଷିଣ ଚିଟ୍ଟାଗଙ୍ଗ ସହରର ଗୋଟାଏ ବନ୍ଦର ନିକଟରେ ଗ୍ୟାସ୍ ଲାଇନ୍ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦ ଜଣ ଆହତ ହୋଇଥିବା କଥା ପୁଲିସ କହିଛି । ଦୁର୍ଘଟଣା ସହରର ପଥରାଘାଟ ଅଞ୍ଚଳରେ ଘଟିଥିବା କଥା ପୁଲିସ ଡେପୁଟି କମିସନର ମେହେଦି ହସନ ରବିବାର ଦିନ କହିଛନ୍ତି । ସେ କହିଛନ୍ତି: ଦୁର୍ଘଟଣାରେ ଅନ୍ୟୁନ ୧୭ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ମୃତ ବୋଲି ଡାକ୍ତରଖାନାରେ ଘୋଷଣା କରାଯାଇଥିଲା । ଦୁର୍ଘଟଣାର ସରବ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେତେକ ପଥଚାରୀ ଥାଇପାରନ୍ତି ।
ମେହେଦି ପୁଣି କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଗୋଟାଏ ୫ ତାଲା କୋଠାର କିଛି ଅଂଶ ଭାଙ୍ଗିପଡ଼ିଛି ।
ସେ କହିଛନ୍ତି: ଗ୍ୟାସ୍ ଲାଇନରେ ଲିକ୍ ଥିବା କାରଣରୁ ବିସ୍ଫୋରଣ ଘଟିଛି ବୋଲି ସନ୍ଦେହ ହେଉଛି ।
ଚିଟ୍ଟାଗଙ୍ଗ୍ ମେଡିକାଲ କଲେଜ ହସ୍ପିଟାଲ୍ କ୍ୟାମ୍ପର ସବ୍‌-ଇନେ୍‌ସ୍ପକ୍ଟର୍ ଆଲାହୁଦ୍ଦିନ ମିଆ କହିଛନ୍ତି ଡାକ୍ତରଖାନାକୁ ନିଆଯାଇଥିବା ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବାଂଲାଦେଶରେ ଗ୍ୟାସ୍ ଲାଇନ୍ ବିସ୍ଫୋରଣ ଘଟିବା ମାମୁଲି କଥା । ରକ୍ଷଣାବେକ୍ଷଣ ହେଳା ଯୋଗୁଁ ଏ ଭଳି ଘଟୁଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ