ରାନୁ ଙ୍କ ଓଭର ମେକଅପ କୁ ନେଇ ସୋସିଆଲ ମିଡିଆ ରେ ଚର୍ଚ୍ଚା
ସୋସିଆଲ ମିଡିଆ ରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଲ ଙ୍କ କଣ୍ଠ ର ଯାଦୁଗରି ଉଣା ଅଧିକେ ତାଙ୍କ ଫ୍ୟାନ ଙ୍କ ପାଖେ ପହଞ୍ଚିଥିଲା । ଶୋସିଆଲ ମିଡିଆରେ ସେନସେସନ ପାଲଟିଥିବା ରାନୁ ପୁଣିଥରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ରାନୁ ରାତାରାତି ଜଣେ ଷ୍ଟାର ପାଲଟି ଯାଇଥିଲେ। ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ତାଙ୍କର ଗୋଟିଏ ଗୀତ ତେରି ମେରି କାହାନୀ ମଧ୍ୟ ଖୁବ ଭାଇରାଲ୍ ହୋଇଛି । ରାନୁ ଏବେ ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି ଜ୍ଝ ଏବେ ରାନୁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ସେ ହେଭି ମେକ୍ଅପ୍ ଲଗାଇବାରେ ନଜର ଆସିଛନ୍ତି। କେବଳ ସେତିକି ନୁହେଁ ରାନୁ ଏକ ଡିଜାଇନର ଡ୍ରେସ ପିନ୍ଧିବାରେ ଦେଖାଯାଇଛନ୍ତି। ସୋସିଆଲ ମିଡିଆ ରାନୁ ଏବେ ନିଜ ମେକଅପ୍ ପାଇଁ ଅଛନ୍ତି ଚଚ୍ଚାର ଶୀର୍ଷରେ। ନିକଟରେ ଇଣ୍ଟନେଟରେ ତାଙ୍କର ଫଟୋ ଖୁବ୍ ଭାଇରାଲ ହେଉଛି ଭିଡିଓରେ ରାନୁ ମଣ୍ଡଳ ଫିଲ୍ମ ‘ଫ୍ୟାସନ’ର ଗୀତ ଜଲଓ୍ଵାରେ ରାମ୍ପ ଓ୍ଵାକ୍ କରୁଥିବା ନଜର ଆସୁଛନ୍ତି। ଓଭର ମେକଅପ୍ ଯୋଗୁ ରାନୁଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ କରାଯାଉଥିବା ଦେଖିବାକୁ ମିଳିଛି।


